ବିଜେପୁର ଉପନିର୍ବାଚନ: ନିଜକୁ ଦାୟୀ କଲେ ତାରା
ଭୁବନେଶ୍ୱର : ବିଜେପୁର ଉପନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଆଜି ପ୍ରତିକ୍ରିୟା ଦେଇ ତାରା କହିଥିଲେ, ବିଜେପୁର ଉପନିର୍ବାଚନ ଘୋଷଣା ହେବା ପରେ କଂଗ୍ରେସର ସ୍ଥିତି ନେଇ ସେ ଗଣମାଧ୍ୟମରେ ଯେପରି ନକାରାତ୍ମକ ମନ୍ତବ୍ୟ ଦେଇଥିଲେ ତାର ପ୍ରତିଫଳନ ଏହି ଉପନିର୍ବାଚନ ଫଳାଫଳରେ ଦେଖିବାକୁ ମିଳିଲା । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ଜଣେ ଭଲ ଲୋକ । ତାଙ୍କ ପ୍ରଚାର କରିବାରେ ବହୁ ବିଳମ୍ବ ଘଟିଲା । ଫଳରେ ବିଜେଡି ଓ ବିଜେପି ନେତାମାନେ କଂଗ୍ରେସ ବିପକ୍ଷରେ ଜନମତ ସୃଷ୍ଟି କରିବାରେ ସଫଳ ହେଲେ । ଉଭୟ ବିଜେଡି ଓ ବିଜେପି ଏହି ଉପନିର୍ବାଚନରେ କଥାବାର୍ତ୍ତା ହୋଇ ପ୍ରଚାର ଚଳାଇଥିଲେ । ଦଳୀୟ ପ୍ରାର୍ଥୀ ହାରିବା ନେଇ ସେ ନିଜକୁ ଦାୟୀ କରିବା ସହ କଂଗ୍ରେସର ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ମନ୍ତବ୍ୟକୁ ବି ଦାୟୀ କରିଛନ୍ତି ।


