ମହାରାଷ୍ଟ୍ରରେ ଚିନ୍ତା ବଢ଼ାଇଲା ଶିବସେନା

ମୁମ୍ବାଇ : ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ସଂଖ୍ୟା ଗରିଷ୍ଠତା ଲାଭ କରିଥିଲେ ହେଁ, ଶିବସେନାର ପରିବର୍ତ୍ତିତ ଆଭିମୁଖ୍ୟ ବିଜେପି ପାଇଁ ଅଡ଼ୁଆ ସୃଷ୍ଟି କରିଛି । ଶିବସେନା ଦଳର ଯୁବ ଚେହେରା ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ୫୦-୫୦ ଫର୍ମୁଲା କଥା କହୁଥିବାବେଳେ ବିଜେପି ଶିବସେନା ମୁଖ୍ୟ ଉଦ୍ଧବ ଠାକରେକୁ ମନେଇବା ପାଇଁ ଉଦ୍ୟମ ଜାରି ରଖିଛି । ଏ ଦିଗରେ ଲାଗି ରହିଥିବା ଅଚଳାବସ୍ଥାର ଅବସାନ ଘଟାଇ ସରକାର ଗଠନ ନିମନ୍ତେ ପଥ ପରିଷ୍କାର କରିବାକୁ ବିଜେପି ସଂସଦୀୟ ବୋର୍ଡ ଦଳ ସଭାପତି ଅମିତ ଶାହଙ୍କୁ ଦାୟିତ୍ୱ ଦେଇଛି । ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ସହିତ ଶାହ ଖୁବ୍‌ଶୀଘ୍ର ଆଲୋଚନା ଆରମ୍ଭ କରିବେ ବୋଲି ଜଣାପଡ଼ିଛି । ଶିବସେନା ଏନସିପି ସହିତ ମଧ୍ୟ ମେଣ୍ଟ କରିପାରେ ବୋଲି ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ ସଙ୍କେତ ଦେବାପରେ ଦୁଇ ଦଳ ଭିତରେ ବିବାଦ ଆହୁରି ତେଜିବାରେ ଲାଗିଛି । ଅନ୍ୟପକ୍ଷରେ ଶିବସେନା ସହିତ ମେଣ୍ଟ କରି ସରକାର ଗଠନ ପାଇଁ କଂଗ୍ରେସ ମଧ୍ୟ ଲାଳାୟିତ ହୋଇଉଠିଛି । କଂଗ୍ରେସ ରାଜ୍ୟ ସଭାପତି ବାଲାସାହେବ ଥୋରାଟ କହିଛନ୍ତି ସେନା ପକ୍ଷରୁ ଏ ନେଇ ପ୍ରସ୍ତାବ ଆସିବା ମାତ୍ରେ ଆମେ ତତ୍ପରତାର ସହିତ ଆଗକୁ ବଢ଼ିବୁ । କଂଗ୍ରେସ ଏ ନେଇ ଆସନ୍ତାକାଲି ଏକ ଜରୁରୀ ବୈଠକରେ ଆଲୋଚନା କରିବ ବୋଲି ଜଣାପ?ିଛି । ତେବେ ଏନ୍ସିପି ସୁପ୍ରିମୋ ଶରଦ ପା”ାର କହିଛନ୍ତି ଯେ ରାଜ୍ୟବାସୀ ଯେଉଁ ଜନାଦେଶ ଦେଇଛନ୍ତି ସେଥିରେ ଆମକୁ ବିରୋଧୀ ଦଳରେ ହିଁ ରହିବାକୁ ପଡ଼ବ । ମହାରାଷ୍ଟ୍ରରେ ମୋଟ ୨୮୮ ଆସନରୁ ବିଜେପି ୧୦୫ ଆସନ ପାଇଥିବା ବେଳେ ଶିବସେନାକୁ ୫୬ ଆସନ ମିଳିଛି । ଏଥର ବିଜେପି ସେନା ମେଣ୍ଟକୁ ୧୬୧ ଆସନ ପାଇଥିବା ବେଳେ ୨୦୧୪ରେ ଏହି ମେଣ୍ଟ ୧୮୫ ଆସନ ପାଇଥିଲା । ଏଥର ଏନସିପିକୁ ୫୪ ଆସନ ମିଳିଥିବା ବେଳେ କଂଗ୍ରେସକୁ ୪୪ ଆସନ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ