ନଭେମ୍ବର ୧୩ରୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର : ଆସନ୍ତା ମାସ ୧୩ ତାରିଖରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବ । ରାଜ୍ୟପାଳ ଗୁରୁବାର ଦିନ ବିଧାନସଭା ପାଇଁ ସମନ ଜାରି କରିଛନ୍ତି । ଏ ସଂକ୍ରାନ୍ତରେ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଶୀତ ଅଧିବେଶନରେ ମାଟ ୩୦ଟି କାର୍ଯ୍ୟ ଦିବସ ରହିବ ।ବିଧାନସଭା ଆରମ୍ଭ ଦିନ ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରିବେ । ନଭେମ୍ବର ୨୫ ତାରିଖରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ । ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଶୀତ ଅଧିବେଶନ ଚାଲିବାକୁ ଦିନ ଧାର୍ଯ୍ୟ କରାଯାଇଛି । କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବିଭାଗୀୟ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲାଚନା ହେବ । ଏହି ଅଧିବେଶନରେ ମାଟ ୩୦ଟି କାର୍ଯ୍ୟ ଦିବସରୁ ୨୫ଟି ସରକାରୀ ଦିବସ ଥିବା ବେଳେ ୫ଟି ବେସରକାରୀ ଦିବସ ଧାର୍ଯ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ