ବିଡ଼ିଓ ଏବଂ ତହସିଲଦାରଙ୍କ ମିଳିତ ପରିଦର୍ଶନ

ପୋଲସରା,(ଅନିଲ କୁମାର ମହାରଣା) : ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ ଓ ତହସିଲଦାର ସୁକାନ୍ତ କୁମାର ମିଶ୍ର ମିଳିତ ଭାବେ ପୋଲସରା ସହର ସମେତ ବିଭିନ୍ନ ପଞ୍ଚାୟତରେ ସ୍ଥାପିତ କୋଭିଡ କେୟାର ସେଣ୍ଟର ଗୁଡିକୁ ଶନିବାର ଦିନ ପରିଦର୍ଶନ କରିଛନ୍ତି। ଦୁଇ ପ୍ରଶାସନିକ ଅଧିକାରୀ ବିଭିନ୍ନ କୋଭିଡ କେୟାର କେନ୍ଦ୍ରକୁ ପରିଦର୍ଶନ ସ୍ଥିତ ଅନୁଧ୍ୟାନ କରିବା ସହ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ ଯେ ବର୍ତ୍ତମାନ ପ୍ରତ୍ୟେକ କେନ୍ଦ୍ରରେ କରୋନା ରୋଗୀ ସଂଖ୍ୟା ହ୍ରାସ ପାଇଥିବାରୁ ଆମେ ଶିଥିଳ ନହୋଇ ସର୍ବଦା ସଜାଗ ରହିବାକୁ ପଡିବ। ସମସ୍ତଙ୍କ କର୍ତ୍ତବ୍ୟନିଷ୍ଠା ଯୋଗୁଁ ପୋଲସରା ଅଂଚଳରେ କରୋନା ସଂକ୍ରମଣ ସୁଧାର ଆସିପାରିଥିବା କହିବା ସହ କର୍ମଚାରୀଙ୍କ କାର‌୍ୟ୍ୟକୁ ପ୍ରଶଂସା କରିଥିଲେ। ବିଭିନ୍ନ କୋଭିଡ କେୟାର ସେଣ୍ଟରର ପରିଷ୍କାର ଓ ବିଶୋଧନ ବିଷୟ ଅନୁଧ୍ୟାନ କରି ଦୁଇ ପ୍ରଶାସନିକ ଅଧିକାରୀ ସନ୍ତୋଷ ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ