ବିଦ୍ୟାଳୟରେ ଶିକ୍ଷାର୍ଥୀଙ୍କୁ ପୋଷାକ ବିତରଣ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସମଗ୍ର ଶିକ୍ଷା ଅଭିଯାନରେ ଶିକ୍ଷାର୍ଥୀ ମାନଙ୍କୁ ବିଦ୍ୟାଳୟ ମୁଁହା ହେବା ସକାଶେ ବିଭିନ୍ନ ପ୍ରକାର କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରାଯାଇଛି।ପ୍ରାଥମିକ ଶିକ୍ଷା ପ୍ରତି ଆକୃଷ୍ଟ ହୋଇ ନିୟମିତ ଭାବେ ଅଧ୍ୟୟନ ନିମନ୍ତେ ଯେପରି ଆଗ୍ରହ ପ୍ରକାଶ କରିବେ ସେଥି ସକାଶେ ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରାଯାଇଛି।ପ୍ରାଥମିକ ସ୍ତରରୁ ଶିକ୍ଷାର୍ଥୀଙ୍କ ବୌଦ୍ଧିକ ବିକାଶ ସହ ପୋଷାକ ପରିଚ୍ଛଦ,ସ୍ୱାସ୍ଥ୍ୟ,ସ୍ୱଚ୍ଛ ପରିବେଶ, ଖାଦ୍ୟପେୟ ସହ ଶୈକ୍ଷିକ ପରିବେଶ ମଧ୍ୟରେ ଶିକ୍ଷାଦାନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଦକ୍ଷେପ ସ୍ୱରୂପ ଶନିବାର ହିଞ୍ଜିଳିବ୍ଲକ ଚାନ୍ଦୁଲି ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରଧାନ ଶିକ୍ଷକ ନିରଞ୍ଜନ ରାଉଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ଲକ୍ଷ୍ମଣ ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସଭାପତି ସନାତନ ସାହୁ, ଉପ ସଭାପତି ଫକୀର କୁମାର ସାହୁ, ଶିକ୍ଷାବିତ ଗୋରାଚାନ୍ଦ ପାତ୍ର ଓ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଅତିଥିମାନେ ଛାତ୍ର ଛାତ୍ରୀଙ୍କୁ ଉତ୍ତମ ଅଧ୍ୟୟନ କରି ପ୍ରତିଷ୍ଠିତ ହେବା ପାଇଁ ପ୍ରୟାସରତ ହେବା ସହ ବିଦ୍ୟାଳୟର ସୁନାମ ଅର୍ଜନ କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ପୃକ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୧୪୪ ଜଣ ଛାତ୍ର ଛାତ୍ରୀଙ୍କୁ ଦୁଇ ହଳ ଲେଖାଏଁ ପୋଷାକ,ହଳେ ଲେଖାଏଁ ଜୋତା ଓ ମୋଜା ବିତରଣ କରି ଅତିଥିମାନେ ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସନ୍ତୋଷ କୁମାର ପାଢୀ, ପଞ୍ଚାନନ ଡାକୁଆ, ସରୋଜ କୁମାର ପାଢୀ ଓ ପ୍ରିୟମ୍ବଦା ତ୍ରିପାଠୀ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ