ବିଦ୍ୟାଳୟର ଟେକ ରଖିଲେ ସୋନାଲୀ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ନିଶାକାର ହାଇସ୍କୁଲର ଛାତ୍ରୀ ସୋନାଲୀ ପୁହାଣ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୪୮ ମାର୍କ ରଖି ଏ-୧ରେ ସଫଳତା ପାଇବା ସହ ବିଦ୍ୟାଳୟର ଟେକ ରଖିଛନ୍ତି । ପ୍ରଥମଥର ପାଇଁ ନିଶାକର ହାଇସ୍କୁଲର ଏହି ଛାତ୍ରୀ ଜଣକ ଏ-୧ରେ ଉତ୍ତିର୍ଣ୍ଣ ହୋଇ ବିଦ୍ୟାଳୟର ଟେକ ରଖିଥିବାରୁ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ଶୁଭେଚ୍ଛା ଓ ଅଭିନ୍ଦନ ଜଣାଯାିଛି । ଆଜି ସ୍କୁଲ ପରିସରରେ ଅୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ରାଉତ, ସହକାରୀ ଶିକ୍ଷକ ଗୟାଧର ମଲ୍ଲିକ, ଉତ୍ତମ ଚରଣ ଦାସ, ନାରାୟଣ ଚନ୍ଦ୍ର ସେଠୀ, ଅରୁଣ କୁମାର ଦାସ, ଜୟନ୍ତ କୁମାର ମଣ୍ଡଳ, ଦେବେନ୍ଦ୍ର କୁମାର ଖୁଣ୍ଟିଆ, ନଳିନୀକାନ୍ତ ପଣ୍ଡା, ବସନ୍ତ କୁମାର ଦାସ, ପୁର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ଶିକ୍ଷକ ଓ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଛାତ୍ରୀ ସୋନାଲୀଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯିବା ସହିତ ପ୍ରଥମ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇଥିବା ପୟୀୟବ୍ରତ ଜେନା, ସୁଜିତ ବେହେରା, ବିଭୁତି ବେହେରା, ଲୀଜାରାଣୀ ବେହେରା ପ୍ରମୁଖଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।


