ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ଵାରା ହାତୀଓଟ ଓ.ଏ.ଭି. ଅଧ୍ୟକ୍ଷ ସମ୍ବର୍ଦ୍ଧି

ପୋଲସରା, (ଅନିଲ କୁମାର ମହାରଣା):ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ମୁଖ୍ୟ କାର୍ଯ୍ୟାଳୟ ଠାରେ ଅକ୍ଟୋବର ୧୭ ତାରିଖ ଦିନ ଗଞ୍ଜାମ ଜିଲ୍ଲାର ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ଷଡଙ୍ଗୀଙ୍କୁ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାନ୍ୟବର ମନ୍ତ୍ରୀ ସମୀର ରଞ୍ଜନ ଦାଶ ସମ୍ବର୍ଦ୍ଧିତ କରିବା ସହ ପୁରସ୍କାର ସ୍ୱରୂପ ୨୫ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ। Educationworld India School Ranking ପକ୍ଷରୁ ଚଳିତ ଶିକ୍ଷାବର୍ଷ ୨୦୨୨-୨୩ ପାଇଁ ସର୍ବଭାରତୀୟ ସ୍ତରରେ ସର୍ଭେ କରିଥିଲେ। ସର୍ଭେ ରିପୋର୍ଟ ପ୍ରକାରେ ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟ ସର୍ବଭାରତୀୟ ସ୍ତରରେ ଉତ୍ତମ ବିଦ୍ୟାଳୟ ଭାବେ ପଞ୍ଚମ ସ୍ଥାନ ଅଧିକାର କରି ଓଡିଶା ରାଜ୍ୟ ପାଇଁ ଗୌରବ ଆଣିପାରିଥିବାରୁ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ବରିଷ୍ଟ ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ, ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦ୍ଦେଶକ ସଂଗ୍ରାମ ମହାପାତ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଯୁଗ୍ମ ନିର୍ଦ୍ଦେଶକ ବନ୍ଦନା ମହାପାତ୍ର, OSEPA ନିର୍ଦ୍ଦେଶକ ଅନୁପମ ସାହା, ଓ OSEPA ଯୁଗ୍ମ ନିର୍ଦ୍ଦେଶକ ସନାତନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ବୃନ୍ଦ ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀମାନଙ୍କୁ ସାଧୁବାଦ ଜଣେଇବା ସହ ଛାତ୍ରଛାତ୍ରୀ ବୃନ୍ଦଙ୍କ ଉତ୍ତୋତର ଉନ୍ନତି କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ