ଶେରଗଡ଼ ବିଜେଡି ପକ୍ଷରୁ ୫୬ ନଂ ଜୋନରେ ଜନ ସମ୍ପର୍କ ପଦ ଯାତ୍ରା ଆରମ୍ଭ
ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ଼ ବ୍ଲକ ୫୬ ନଂ ଜୋନ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ସରକାରଙ୍କ ଜନ ହିତ କର ଯୋଜନା ସମ୍ପର୍କ ରେ ଲୋକ ଙ୍କୁ ଅବଗତ କରାଇବା ନିମନ୍ତେ ପ୍ରତେକ ବର୍ଷ ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ଦୁଇ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ଜନ ସମ୍ପର୍କ ପଦ ଯାତ୍ରା ଆରମ୍ଭ ହୋଇ ଅଛି ସେହି କ୍ରମେ ଆଜି ଶେରଗଡ଼ ବ୍ଲକ ଜିଲ୍ଲା ପରିଷଦ ଜୋନ ୫୬ ରେ ଶେରଗଡ଼ ଚାରି ଛକ ଠାରେ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଚାରି ଛକ ଠାରୁ ବ୍ଲକ ର ଢିଙ୍କିଶାଳ, ମହୁପଦର, ବାଦଗଡ , କୁଲାଗଡ, କରଡ଼ାକଣା, କୁମାର ପାଣି, ବରମୁଣ୍ଡୁଳି, ହଡ଼ିଚିରା, ବିଭିନ୍ନ ଗ୍ରାମ ବୁଲି ପଦ ଯାତ୍ରା ଆରମ୍ଭ କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳି ବିଧାୟକ ଙ୍କ ପ୍ରତିନିଧି, ଶରତ ମହାପାତ୍ର, ବ୍ଲକ ଅଧ୍ୟକ୍ଷ କୃଷ ଚନ୍ଦ୍ର ନାୟକ, ବ୍ଲକ ବିଜେଡ଼ି, ସଭାପତି, ଶରତ ପାତ୍ର, ଯୁବ ବିଜେଡ଼ି ସଭାପତି, ସନ୍ତୋଷ କୁମାର ପଟ୍ଟାୟକ, ବରୁଣ ପୋଲାଇ। ଶେରଗଡ ସମିତିସଭ୍ଯା ସବିତାରାଣୀ ଚୌଧୁରୀ,ଉଦୟ ପ୍ରଧାନ,ନରେନ୍ଦ୍ରପୁର ସମିତିସଭ୍ଯ ଗଣପତି ପାତ୍ର ସମେତ ବ୍ଲକ ର ବହୁ ଯୁବ ଓ ଛାତ୍ର ନେତା ଯୋଗ ଦେଇ ପଦ ଯାତ୍ରା କୁ ସଫଳ କରିଥିଲେ


