ବିଦ୍ୟାଳୟ ଗୃହକୁ ଭାଙ୍ଗି  ଆଜବେଷ୍ଟସ,ଇଟା ନେଇଥିବା ନେଇ  ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୂମାତ ଶାସନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୃହକୁ ବେଆଇନ ଭାବେ ଭାଙ୍ଗି ଦିଆଯାଇ ଆଜବେଷ୍ଟସ ଓ ଇଟା ପ୍ରଭୃତି ନେଇଯିବା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ପ୍ରାୟ ୬୦ବର୍ଷ ତଳେ ପ୍ରତିଷ୍ଠା କରାଯାଇଥିବା ଏହି ଧୂମାତ ଶାସନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅନ୍ୟ ଏକ ବିଦ୍ୟାଳୟ ସହିତ ମିଶ୍ରଣ କରାଯିବା ପରେ ସେହି ବିଦ୍ୟାଳୟର ଗୃହକୁ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଉମାକାନ୍ତ ମଳିକ ଓ ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ନାୟକଙ୍କ ନିର୍ଦେଶରେ ବେଆଇନ ଭାବେ ଭାଙ୍ଗି ଦିଆଯାଇ ସେହି ବିଦ୍ୟାଳୟ ଗୃହରେ ବ୍ୟବହୃତ ହୋଇଥିବା କାଠ, ଆଜବେଷ୍ଟସ ଓ ଇଟା ପ୍ରଭୃତିକୁ ବିକ୍ରୀ କରିଦେଇଛନ୍ତି । ଗ୍ରାମବାସୀ  ଏହାର ପ୍ରତିବାଦ କରିବାରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ସେମାନଙ୍କୁ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ବିଦ୍ୟାଳୟ ଗୃହ ଭଙ୍ଗାଯିବା ପାଇଁ କୈାଣସି ସରକାରୀ ଅନୁମତି ନଥିବା ବେଳେ କିଭଳି ଏହି କାର୍ଯ୍ୟ କରାଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଠାରେ ସୂଚନା ଯୋଗ୍ୟ ଯେ ବିଦ୍ୟାଳୟ ପରିଚାଳନା ସମିତିର କାର୍ଯ୍ୟକାଳ ପୁରିବାକୁ ଆଉ ମାତ୍ର ୧୫ଦିନ ସମୟ ରହିଛି । ଗ୍ରାମବାସୀଙ୍କ ପକ୍ଷରୁ ସମ୍ବିତ ଜେନା, ବିଜୟ ଜେନା, ଚନ୍ଦନ ସାହୁ, ଦେବବ୍ରତ ଦାସ ଓ ନାରାୟଣ ଦାସ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଏସମ୍ପର୍କରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ