ବିଦ୍ୟାଳୟ ସ୍ତରୀୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ବ୍ରହ୍ମପୁର : ସାନଖେମୁଣ୍ଡି ବ୍ଳକ୍‌ସ୍ଥିତ ଦିବ୍ୟ ଜୀବନ ସଂଘ, ବଡ଼ିଆଉସ୍ତା ଶାଖା ଆନୁକୂଲ୍ୟରେ ବଡ଼ିଆଉସ୍ତାସ୍ଥିତ ଇନ୍ଦିରା ଉଚ୍ଚ ବିଦ୍ୟାଳୟ ଓ ମଦନ ମୋହନ ଉ.ପ୍ରା.ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀଙ୍କ ପାଇଁ ଓ ସଂଘ ଶାଖାର ସଭାପତି ତଥା ଉ.ପ୍ରା.ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ଆଚାର୍ଯ୍ୟ (ସ୍ୱାମୀ ରାମଦାସାନନ୍ଦ ସରସ୍ୱତୀ ମହାରାଜ)ଙ୍କ ଅଧ୍ୟକ୍ଷତାରେ ଯୋଗାସନ ଶିକ୍ଷା ସାଙ୍ଗକୁ ଆଧ୍ୟାତ୍ମିକମୟ ଜୀବନ ଯାପନ ପାଇଁ ତଥା ଉତ୍ତମ ଚରିତ୍ର ଗଠନ ପୂର୍ବକ ଏକ ଆଦର୍ଶ ଭାରତୀୟ ନାଗରିକ ରୂପେ ପ୍ରତିଷ୍ଠିତ ହେବାପାଇଁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୋଗାସନ ଆଚାର୍ଯ୍ୟ ଭାବେ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ନିଜେ ଯୋଗାସନ କରି ପିଲାଙ୍କୁ କରିବା ପାଇଁ ପ୍ରବର୍ତ୍ତାଇଥିଲେ । ସ୍ୱାମୀଜୀଙ୍କ ଦ୍ୱାରା ଭ୍ରାମରୀ ପ୍ରାଣାୟାମ, ସୂର୍ଯ୍ୟ ନମସ୍କାର, କପାଳଭାତି, ଅନୁଲୋମ ବିଲୋମ, ଭତ୍ସିକା ପ୍ରାଣାୟାମ କରିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ଗଠନ କରି ସ୍ମରଣ ଶକ୍ତି ଗଠନ ପୂର୍ବକ ମନ ଯୋଗ ଦେଇ ପାଠ୍ୟଗ୍ରନ୍ଥ ପଢ଼ିବା ପାଇଁ ପିଲାମାନେ ପ୍ରତିଜ୍ଞା କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ମିହିର ରଞ୍ଜନ ତ୍ରିପାଠୀ ଯୋଗାସନ ଓ ଆଧ୍ୟାତ୍ମିକମୟ ଜୀବନକୁ ନିଜ ଦୈନନ୍ଦିନ ଜୀବନର ଏକ ଅଙ୍ଗ କରି ଦେବାପାଇଁ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ବିଭିନ୍ନ ଦୃଷ୍ଟାନ୍ତ ଦେଇ ବୁଝାଇଥିଲେ । ସଂଘ ଶାଖାର ସଭାପତି ଶ୍ରୀକାନ୍ତ ଆଚାର୍ଯ୍ୟ ତଥା ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ