ପ୍ରଥମ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ପାଢୀଙ୍କ ପରଲୋକ

ପାରଳାଖେମୁଣ୍ଡି,-(ତାରିଣୀ ପ୍ରସାଦ ପଣ୍ଡା) ଅବିଭକ୍ତ ଗଞ୍ଜାମଜିଲ୍ଲାର ପ୍ରଥମ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ସିମାଞ୍ଚଳ ପାଢୀଙ୍କ ବିୟୋଗ ଗତକାଲି ତାଙ୍କ ନିଜସ୍ୱ ବାସଗୃହରେ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ସେ ଗତ ୩ମାସ ଧରି ଶଯ୍ୟାଶାୟୀ ଥିଲେ । ସ୍ୱର୍ଗତ ପାଢୀ ନିଜର ଆଦର୍ଶ ଓ ବିବିଧ ପ୍ରତିଭା ଯୋଗୁଁ ଗତ ୧୯୮୦ ମସିହାରେ ଅବିଭକ୍ତ ଗଞ୍ଜାମ ଜିଲ୍ଲାରୁ ପ୍ରଥମ ଥର ପାଇଁ ରାଜ୍ୟପାଳ ପୁରସ୍କାର ପାଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ,୫ପୁଅ,୨ଝିଅ ଏବଂ ସମସ୍ତ ନାତି ନାତୁଣୀ ଉପସ୍ଥିତ ଥିଲେ । ପାରଳାଖେମୁଣ୍ଡି ସହରର ଗୋପିନାଥ ନନ୍ଦ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ଦୀର୍ଘ ବର୍ଷ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ପରେ ସେ କିଛି ବର୍ଷ ପାରଳାଖେମୁଣ୍ଡି ଶ୍ରୀ ଜଗନ୍ନାଥ ମନ୍ଦିରର ପୂଜକ ଭାବେ ଶ୍ରୀ ଜଗନ୍ନାଥଙ୍କ ସେବା କରିଆସୁଥିଲେ । ଆଦର୍ଶ ଶିକ୍ଷକତା ଏବଂ ପରୋପକାରୀ ଭାବେ ପାରଳା ସହରରେ ବେଶ୍ ପରିଚିତ ଥିଲେ । ତାଙ୍କ ବିୟୋଗରେ ପାରଳା ସହରର ଶିକ୍ଷକ,ଶିକ୍ଷୟତ୍ରୀ ମହଲରୁ ଏବଂ ସ୍ୱର୍ଗତ ପାଢୀଙ୍କ ହଜାର ହଜାର ଛାତ୍ର ଛାତ୍ରୀଙ୍କ ତରଫରୁ ଗଭୀର ଶୋକ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ