ବିଦ୍ୟୁତ ତାର ବିଛାଇ ଦୁଇ ବରାହ ଶିକାର , ଜଣେ ଶିକାରୀ ଗିରଫ

ବୁଗୁଡା,(ଅନିଲ କୁମାର ମହାରଣା): ବୁବୁଡ ବନାଞ୍ଚଳ ଅନ୍ତର୍ଗତ ବାଲିପଦର ଫରେଷ୍ଟ ସେକସନର ବିଷ୍ଣୁଚକ୍ର ଗ୍ରାମର ଚାଷ ଜମିରେ ନଭେମ୍ବର ୧୦ ତାରିଖ ରାତିରେ ଗୌଡ଼ିଆବୋରଦା ଗ୍ରାମର ଅରୁଣ ସ୍ଵାଇଁ ବିଦ୍ୟୁତ ଫାସ ପକାଇ ବନ୍ୟପ୍ରାଣୀ ଦୁଇଟି ବରାହ ଶିକାର କରିଥିବା ବେଳେ ବନ ବିଭାଗ ଦ୍ଵାରା ଗିରଫ ହୋଇଥିବା ଜଣାପଡିଛି । ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଓ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ପରାମର୍ଶ କ୍ରମେ ବୁଗୁଡା ବନପାଳ ଅଭିରାମ ଖିଲି, ବାଲିପଦର ବନପାଳ ସୁନିତା ପାତ୍ର, ବାଲିପଦର ବନରକ୍ଷୀ କ୍ଷୀରୋଦ କୁମାର ଗୌଡ଼, ଜିଲିବା ବନରକ୍ଷୀ ପ୍ରଶାନ୍ତ କୁମାର ପୋଲାଇ, ଠଣାପଲ୍ଲୀ ବନରକ୍ଷୀ ରିଙ୍କୁ ସେଠୀ, ପାରା ଫରେଷ୍ଟର କର୍ମଚାରୀ ଓ ବନ ସୁରକ୍ଷା ସମିତି ସଦସ୍ୟ ବୃନ୍ଦ ମିଳିତ ଭାବେ ୧୧ ତାରିଖ ଭୋରରେ ଚଢ଼ାଉ କରି ବିଷ୍ଣୁଚକ୍ର ଚାଷ ଜମିରେ ବିଦ୍ୟୁତ ଫାସ ପକାଇ ଶିକାର କରିଥିବା ଶିକାରୀ ଅରୁଣ ସାହୁକୁ କାବୁକରି ଗିରଫ କରିବା ସହ ଶିକାର କରିଥିବା ଦୁଇଟି ମୃତ ବରାହ ଓ ଶିକାର ପାଇଁ ବ୍ୟବହାର କରିଥିବା ସରଞ୍ଜାମ ଜବତ କରିଥିଲେ । ଏନେଇ ବୁଗୁଡା ବନାଞ୍ଚଳ କେଶ ନଂ ୪୧୨/୨୦୨୦-୨୧ ପ୍ରକାରେ ଏକ ମାମଲା ରୁଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ