କାଶୀନଗରରେ ଜବରଦଖଲ ଉଛେଦ ଦାବି
କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): କାଶୀନଗରରେ ବେଆଇନ ଗତ ସରକାରୀ ଜାଗାକୁ ବହୁ ପ୍ରଭାବ ଶାଳୀ ମାନେ ମାଡି ବସିଛନ୍ତି | ଦୀର୍ଘ ଦିନ ହେଲା ଜବର ଦଖଲ ଉଛେଦ ନିମନ୍ତେ ମାର୍କିଙ୍ଗ ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନାହିଁ | ଜବର ଦଖଲ ଯୋଗୁ ବହୁ କାର୍ଯ୍ୟାଳୟ ଗୃହ ଅଙ୍ଗନ ବାଡ଼ି କେନ୍ଦ୍ର, ମହିଳା ସ୍ୱୟଂସାୟ ଟ୍ରେନିଂ କେନ୍ଦ୍ର,କମ୍ୟୁନିଟି , ଟାଉନହଲ ,ପାଠାଗାର ,ପରି ଅନେକ ସରକାରୀ ଗୃହ ନିର୍ମାଣ ହୋଇପାରୁ ନାହିଁ | ରାସ୍ତା କଡରେ ଦୋକାନ ଥିବାରୁ ଜନସାଧାରଣ ମାନଙ୍କର ଯିବା ଆସିବାରେ ବାଧା ପ୍ରାପ୍ତ ହେଉଛି | ଦୀର୍ଘ ଦିନ ହେବ ଏହି ସମସ୍ୟା ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରି ଜଣାଇଦିଆ ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ | ପାରଳାଖେମୁଣ୍ଡିରେ ରୋଡ଼ ପ୍ରସ୍ଥ ନିମନ୍ତେ ଜିଲ୍ଲାପାଳ ଉଛେଦ କରିଥିବା ବେଳେ କାଶୀନଗରରେ କାହିଁକି ଜବର ଦଖଲ ଉଛେଦ ହେଉନାହିଁ ବୋଲି ବୁଦ୍ଧିଜୀବୀ ମାନଙ୍କର ମନରେ ପ୍ରଶ୍ନ ସୃଷ୍ଟି ହୋଇଛି | ସରକାରୀ ଜାଗାରେ ମାଲ ନିର୍ମାଣ ହେଲେ ମଧ୍ୟ ସରକାର ଏଥିପ୍ରତି କୌଣସି ଦୃଷ୍ଟି ଦେଉନାହାନ୍ତି | ଡ୍ରେନ ଟିଏ ନିର୍ମାଣ ହୋଇପାରୁନାହିଁ | ତେଣୁ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ଜବର ଦଖଲ ଉଛେଦ କରାଯାଉ | ନଚେତ ଆଗାମୀ ଦିନରେ ଜଣ ଆନ୍ଦୋଳନ ହେଵା ଏଡାଇ ଦିଆଯାଇ ନପାରେ, କାଶୀନଗର ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି |


