ବିଦ୍ୟୁତ, ପାଣି ଓ ଆବାସ ଯୋଜନାରୁ ବଞ୍ଚିତ ହୁଏରି ଗ୍ରାମବାସୀ

ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ସ୍ଥାନୀୟ ବ୍ଳକ ଠାରୁ ମାତ୍ର ୧୩ କି.ମି ଦୂରରେ ରହିଛି ହୁଏରି ଗ୍ରାମ । ଏଠାରେ ମୌଳିକ ସୁବିଧାରୁ ବଂଚିତ ଅଛନ୍ତି ଗ୍ରାମବାସୀ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଳ ମାଳ ଯୋଜନା ଖବର କାଗଜରେ ପ୍ରତିଦିନ ପ୍ରକାଶ ପାଉଛି ଏପରିକି ପାନୀୟ ଜଳ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଉଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାର ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିଥିବା ନେଇ ଉଲ୍ଲେଖ କରୁଛନ୍ତି । ହେଲେ ଏହି ସବୁ ଯୋଜନା ବାଟବଣା କେଉଠି ହେଉଛି ଏବଂ ଆଦିବାସୀ ଅଂଚଳର ଉପାନ୍ତ ଇଲାକାରେ ପହଂଚି ପାରୁନି ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ମୋହନା ବ୍ଳକର କର୍ଚ୍ଚବାଡି ପଂଚାୟତର ହୁଏରି ଗ୍ରାମରେ । ଏହି ଗ୍ରାମରେ ୨ଟି ସାହିରେ ୧୭ ପିରବାର ବସବାର କରୁଥିବା ବେଳେ ଜନସଂଖ୍ୟା ୨୦୦ ରୁ ଉଦ୍ଧ୍ୱର୍ । ଯାହାକି ଆଦିବାସୀ ମାନଙ୍କୁ ବିଭିନ୍ନ ଯୋଜନା ୭ ସପନ ପାଲଟିଛି । ପିଇବା ପାଇଁ ପାଣି ଟୋପେ ଆଣିବାକୁ ହେଲେ ଜିବାକୁ ପଡୁଛି ୫ ଶହ ମିଟର ବିଲରେ ଥିବା ଗୁଳିଆ ଆବର୍ଜନା ପାଣି । ଯେଉଁ ପାଣି ପିଇବା ଯୋଗ୍ୟ ନୁହଁ ସେହିପାଣି ପିଉଛନ୍ତି ଗ୍ରାମବାସୀ । ପାଣି ପିଇ ଅନେକ ଜର ଓ ଖାସ, ମ୍ୟାଲେରିଆ, ଡାଇରିଆ ଭଳି ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକେ । ଏପିରିକି ପିଲାମାନଙ୍କ ଦେହ ମଧ୍ୟ ସୁସ୍ଥ ରହୁନଥିବା ଗ୍ରାମବାସୀ କହିଛନ୍ତି । ବହୁବାର ଅଭିଯୋଗ କରିଥିଲେ ମଧ୍ୟ ଦେଶ ସ୍ୱାଧିନ ୭୩ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ଯାଏଁ ଗାଁକୁ ବିଦ୍ୟୁତ ଆଲୋକ ପହଂଚି ପାରିନାହିଁ । ଯାହାରି ଫଳରେ ଦିପ ଲଗାଇ ଘରୋଇ କାମ ରାତିରେ କରୁଛନ୍ତି ମହିଳାମାନେ । ଛାତ୍ରଛାତ୍ରୀମାନେ ପାଠ ପଢିବା ପାଇଁ ରାତିରେ ଦୀପ ଲଗାଇ ପାଠ ପଢୁଛନ୍ତି ନଚେତ ସକାଳୁ ଗାଁ ଆଗାରେ ବସି ପାଠ ପଢୂଛନ୍ତି । ଏଭଳିକି ସରକାର ଯୋଗାଇଛନ୍ତ ରେସନକାର୍ଡ ଓ ଭତା କିନ୍ତୁ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘରେ ଖଣ୍ଡେ ମିଳୀପାରୁନାହିଁ ଅଯୋଗ୍ୟ ହିତାଧିକାରୀଙ୍କୁ ମିଳୁଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଗାଁରେ ଗୋଟିଏ ବି ପରିବାରଙ୍କୁ ମିଳିପାରି ନାହିଁ ପକ୍କାଘର ସମସ୍ତଙ୍କ ଟିଣ ମାଟି ଘରେ ବତୁଛି ଜୀବନ । ଅଙ୍ଗନବାଡି କେନ୍ଦ୍ର ଖଣ୍ଡେ ନଥିବାରୁ ଭଙ୍ଗାଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ଏଭଳି ସମସ୍ୟା ଲାଗିରହିଥିଲେ ମଧ୍ୟ କୁଲି ମଜୁରୀ କରି ପରିବାର ପୁଶୁଛନ୍ତି ଲୋକେ । କିନ୍ତୁ ଅଭିଯୋଗ ସରପଂଚ, ପିଇଓଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ଯାଏଁ କୌଣସି ସନ୍ତୁଷ୍ଠ ଜନକ ଉତର ମିଳିପାରିନାହିଁ । ଏ ବିଷ୍ୟରେ ମୋହନା ଗୋଷ୍ଠୀ ଉନ୍ନୟନନ ଅଧିକାରୀ ବଂଶିଧର ଖୋସଲାଙ୍କୁ ପଚାରିବାରୁ ସେ କହିଛନ୍ତି ତୁରନ୍ତ ଏକ ଟିମ ଗଠନ କରି ଉକ୍ତ ଗ୍ରାମରେ ଲାଗି ରହିଥିବା ସମସ୍ୟାକୁ ସମାଧାନ କରାଯିବ । ପ୍ରକାଶ ଥାଉକି ବିଦ୍ୟୁତ ବିଭାଗ ଘୋ ନିଦ୍ରାରେ ସୋଇ ରହି ପ୍ରଧାନମନ୍ତ୍ରୀ ବିଦ୍ୟୁତ ଯୋଗାଣ ବୋର୍ଡ ଲଗାଇ ଚାଲିଛନ୍ତି କିନ୍ତୁ ଗ୍ରାମ ଗୁଡିକକୁ ବିଦ୍ୟୁତ ପହଂଚିବା ୭ ସପନ ପାଲଟିଛି । ସରକାର ଏଥି ପ୍ରତି କେବେ ଦୃଷ୍ଟି ଦେବେ ଏବଂ ଆଦିବାସୀ ଅଂଚଳର ବିକାଶ ହେବ ତାକୁ ହିଁ ଏବେ ଅପେକ୍ଷା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ