ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଜଳିଗଳା ଘର

ହାଟଡିହି, (ବିକାଶ ବିଶ୍ୱାଳ ) :-ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତର ଜମ୍ଭରା ଗ୍ରାମରେ ସର୍ଟସର୍କିଟ ଯୋଗୁଁ ଗୋଟିଏ ପରିବାରର ଦୁଇବଖରା ଘର ଜଳିଯାଇଛି । ଗତକାଲି ରାତିରେ ଗ୍ରାମର ମାନସ ସେଠୀଙ୍କ ପରିବାର ଲୋକେ ଶୋଇଥିବାବେଳେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । ପରିବାର ଲୋକେ ଶୋଇଥିବାବେଳେ ଏହି ଅଗ୍ନିକାଣ୍ଡ ଘଟିବାରୁ କୌଣସି ସାମଗ୍ରୀ ଉଦ୍ଧାର କରାଯାଇ ପାରିନଥିଲା । ଫଳରେ ଘରେଥିବା ଅନେକ ଟଙ୍କାର ଗୃହୋପକରଣ ସାମଗ୍ରୀ ପୋଡି ଭଷ୍ମୀଭୁତ ହୋଇଯାଇଥିଲା । ଗାଁ ଲୋକେ ପାଣିପକାଇ ନିଆଁକୁ ଆୟତ କରିଥିବାବେଳେ ହାଟଡିହିରୁ ଦମକଳ ପହଞ୍ଚି ନିଆଁକୁ ସମ୍ପୁର୍ଣ୍ଣ ଲିଭାଇଥିଲା । ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ