‘ହେଲଦି ଲାଇଫ’ରେ ଆରମ୍ଭ ହେଲା ଯୋଗ ସ୍ନାତକୋତ୍ତର ପାଠ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା) : ଇନଷ୍ଟିଚ୍ୟୁଟ୍ ଅଫ ନେଚର କିୟର ଏଣ୍ଡ ଯୋଗିକ୍ ସାଇନ୍ସ ‘ହେଲଦି ଲାଇଫ’ଯୋଗ ପ୍ରଶିକ୍ଷଣ କେନ୍ଦ୍ରରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ଯୋଗ ସ୍ନାତକୋତ୍ତର ପାଠ୍ୟକ୍ରମରେ ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ଆଞ୍ଚଳିକ ବୈଦ୍ୟୁତିକ ଗଣମାଧ୍ୟମ ‘ଆମ ନ୍ୟୁଜ’ର ପରିଚାଳନା ନିର୍ଦ୍ଦେଶକ ବିପ୍ଲବ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ନବାଗତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ସ୍ଥିରୀକୃତ ଯୋଗ ସ୍ନାତକୋତ୍ତର ଶିକ୍ଷାଦାନ କ୍ଷେତ୍ରରେ ହେଲଦି ଲାଇଫ ବେଶ ଶୀର୍ଷରେ ପହଞ୍ଚିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଦୈନିକ ଓଡ଼ିଆ ଖବରକାଗଜ ‘ଧ୍ୱନି ପ୍ରତିଧ୍ୱନି’ର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକ ସବମାଜ ପାଇଁ ଯୋଗର ଆବଶ୍ୟକତା ଏବଂ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ଅବସରପ୍ରାପ୍ତ ଶିକ୍ଷୟତ୍ରୀ ତଥା ପ୍ରଧାନ ଯୋଗ ପ୍ରଶିକ୍ଷିକା ଜ୍ୟୋତିର୍ମୟୀ ପଟ୍ଟନାୟକ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ସୁସ୍ଥ ଓ ନିରୋଗ ସ୍ୱାସ୍ଥ୍ୟ ପାଇଁ ଯୋଗ ଓ ପ୍ରାଣାୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ହେଲଦି ଲାଇଫର ମୁଖ୍ୟ ଡାକ୍ତର ଚତ୍ତରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱୀକୃତିପ୍ରାପ୍ତ ଯୋଗ ପ୍ରଶିକ୍ଷଣର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ହେଲଦି ଲାଇଫର ନିର୍ଦ୍ଦେଶିକା ତଥା ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷା ଦେବୀ ଅର୍ଚ୍ଚନା ଦାସ ଏଥିରେ ପୌରହିତ୍ୱ କରିଥିବା ବେଳେ ଯୋଗ ଅଧ୍ୟାପିକା ମମିତା ମହାରଣା ଓ ଶୀତଳା ଦାସ, ଅଧ୍ୟାପକ ଅଭିଷେକ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ମନୋରଞ୍ଜନ ପଣ୍ଡା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ