ବିଧବା ମହିଳାଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଦେଢ଼ଶୁର ଗିରଫ

ବ୍ରହ୍ମପୁର (ଅନିଲ କୁମାର): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଲିପଡ଼ା ଗ୍ରାମରେ ଗତକାଲି ଜଣେ ବିଧବା ମହିଳାଙ୍କୁ ହତ୍ୟା ଘଟଣାରେ ପୋଲିସ ତାଙ୍କ ଦେଢ଼ଶୁର ପ୍ରକାଶ ବିଶୋଇଙ୍କୁ ଗିରଫ କରିଛି । ଗତକାଲି ଦେଶବ୍ୟାପୀ ଆନ୍ତର୍ଜତିକ ମହିଳା ଦିବସ ପାଳନ ଚାଲିଥିବା ବେଳେ ଏଭଳି ନୃଶଂସ ଭାବେ ମହିଳାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଘଟଣାକୁ ବୁଦ୍ଧିଜିବୀ ମହଲରେ ନିନ୍ଦା କରାଯାଇଛି । ସୁମନ ବିଶୋଇ ନାମକ ଏହି ୫୦ ବର୍ଷିୟା ବିଧବା ମହିଳା କ୍ଷେତରେ ମୁଗ ଅମଳ କରୁଥିବା ବେଳେ ଜମି ବିବାଦକୁ କେନ୍ଦ୍ର କରି ତାଙ୍କ ଦେଢ଼ଶୁର ତାଙ୍କୁ ହତ୍ୟା କରିଥିବା ଜଣାପଡିଛି । ଖବର ପାଇ ସାଇଂଟିଫିକ୍ ଟିମ୍ ସହିତ ସଦର ଥାନା ଆଇଆଇସି ସନ୍ତୋଷିନୀ ଓରାମ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଥିଲେ । ଆଜି ଗିରଫ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ