ବିଧାୟକଙ୍କୁ ଅଣ୍ଡାମାଡ ସଠିକ୍ ମାଧ୍ୟମ ନୁହଁ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ରାଜନୀତିରେ ବିରୋଧାଭାବ ସ୍ୱାଭାବିକ । କଳା ପତାକା ପ୍ରଦର୍ଶନ, ଚପଲ ଫିଙ୍ଗା, ଅଣ୍ଡାମାଡ ଏବଂ ରାସ୍ତା ଅବରୋଧ ଆଦି ଘଟଣା ଦୃଷ୍ଟି ଆକର୍ଷଣ କରିବା ପାଇଁ କରାଯାଇଥାଏ । ବିରୋଧୀ ରାଜନୈତିକ ଚିନ୍ତାଧାରାର ଲୋକମାନେ ସମସ୍ୟାର ସମାଧାନ ପାଇଁ ପ୍ରତିବାଦ କରିଥାନ୍ତି । କିନ୍ତୁ ନିର୍ଦ୍ଦିଷ୍ଟ(ବିଜେଡି) ଦଳର ଲୋକ କୈାଣସି ସମସ୍ୟାକୁ ରାଜନୈତିକ ସ୍ତରରେ ସମାଧାନ ନ କରି ବଗଡା ଓ ଇନ୍ଦୁପୁର କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ଗସ୍ତ କାର୍ଯ୍ୟକ୍ରମ ବେଳେ ଦୁଇଟି ଯାକ ସ୍ଥାନରେ ଅଣ୍ଡାମାଡ କରାଯିବା ଘଟଣା ଯୋଜନା ବଦ୍ଧ ଏବଂ ସାଧାରଣ କର୍ମୀଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରି ପ୍ରଚ୍ଛଦ ପଟରେ ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ସଠିକ୍ ବାଟ ସ୍ଥିର ନ କରିବା ପରିତାପର ବିଷୟ ବୋଲି କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ, ଡକ୍ଟର ଉପେନ୍ଦ୍ର ନାଥ ପ୍ରଧାନ, ଅଧ୍ୟାପକ ଗୋଲଖ ଚନ୍ଦ୍ର ମହୋଭୋଇ, ବୈଷ୍ଣବ ସ୍ୱାଇଁ, ସୁରେଶ ପଟ୍ଟନାୟକ, ଅମୀୟ ନାୟକ ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତିରେ କହିବା ସହିତ ଏହି ଘଟଣାକୁ ନାପସନ୍ଦ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ