ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବର ବିଭିନ୍ନ ପ୍ରତିଯୋଗିତାରେ କେନ୍ଦ୍ରାପଡା ଜିଲ୍ଲାର ସଫଳତା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ(ଓଷ୍ଟା) ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବ ଓ ଶିକ୍ଷା ପରିଭ୍ରମଣ ଡିସେମ୍ବର ୨୬ତାରିଖରୁ ୨୯ତାରିଖ ପର୍ଯ୍ୟନ୍ତ ୪ଦିନ ବ୍ୟାପି ଆୟୋଜିତ ହୋଇଯାଇଛି । କଟକସ୍ଥିତ ଶହୀଦ ଭବନରେ ରାଜ୍ୟର ୩୦ଟି ଜିଲ୍ଲାର ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡା ଜିଲ୍ଲାରୁ ଅଂଶଗ୍ରହଣ କରିଥିବା ୧୦ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୫ଜଣ ବିଭିନ୍ନ ବିଭାଗରେ ସଫଳତା ପାଇ ଜିଲ୍ଲା ପାଇଁ ଗର୍ବ ଓ ଗୈାରବ ଆଣିଦେଇଛନ୍ତି । ଜିଲ୍ଲାର ଆଳି ବ୍ଲକର ରାମେଶ୍ୱର ନିଆଳିଜି.ପି. ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଶୁଭସ୍ମିତା ବାରିକ ତର୍କରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆଳି ଶରତଦେବ ହାଇସ୍କୁଲର ଛାତ୍ର ଶୁଭରଞ୍ଜନ ବେହେରା କୁଇଜରେ ପ୍ରଥମ, ରାଜନଗର ବ୍ଲକର ପଞ୍ଚୁବରାହୀ ଉନ୍ନିତ ସରକାରୀ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ଐଶରିଆ ରାଉତ ଏକକ ଅଭିନୟରେ ପ୍ରଥମ, କେରଡାଗଡ ଶ୍ରୀଜଗନ୍ନାଥ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର କ୍ରୀଷ୍ଣା ସାହୁ ଚିତ୍ରାଙ୍କନରେ ଦ୍ୱିତୀୟ ଓ ମହାକାଳପଡା ବ୍ଲକର ନଳଦିଆ ଶାସନ ଗ୍ରାମେଶ୍ୱର ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ରୀ ଇତିଶ୍ରୀ ମିଶ୍ର କବିତା ରଚନାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ଗାଇଡ ଶିକ୍ଷକ ଅଶୋକ ମହାପାତ୍ର ଓ ଶିକ୍ଷିକା ଅନ୍ନପୂର୍ଣ୍ଣା ସାହୁଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେବା ସହ ନନ୍ଦନକାନନ, ଧଉଳି, କୋଣାର୍କ ଓ ଚନ୍ଦ୍ରଭାଗା ପ୍ରଭୃତି ସ୍ଥାନକୁ ଶିକ୍ଷା ପରିଭ୍ରମଣରେ ଯାଇଥିଲେ । ଏହି ସଫଳତା ପାଇଁ ଓଷ୍ଟାର ଜିଲ୍ଲା ସମ୍ପାଦକ ନିର୍ମଳ କୁମାର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଣବ କୁମାର ଜେନା, ପରିବେଶବିତ କାଶୀନାଥ ରାଉତରାୟ, ଜିଲ୍ଲା ସଭାପତି ପ୍ରମୋଦ କୁମାର ବେହେରା, ଶିକ୍ଷକ ନେତା ଭଗବାନ ସାହୁ, ବାବାଜି ଚରଣ ଦାସ, ବିଚିତ୍ର କୁମାର ସାହୁ, ଅଶୋକ କୁମାର ବିଶ୍ୱାଳ, ସରୋଜିନୀ ସ୍ୱାଇଁ, ପ୍ରାକ୍ତନ ସମ୍ପାଦକ ତପନ କୁମାର ସିଂହ, ଉପଦେଷ୍ଟା ତ୍ରୈଲୋକ୍ୟ ସ୍ୱାଇଁ, ଗୋକୁଳି ଚରଣ ରାଉତ, ଅଲେଖ ଚନ୍ଦ୍ର ମହାନ୍ତି, ରମେଶ ଚନ୍ଦ୍ର ସାହୁ, ଦିଲ୍ଲିପ କୁମାର ବିଶ୍ୱାଳ, କାଳିପ୍ରସାଦ ନାୟକ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ଆର୍ଶ୍ରିବାଦ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ