ବିଧାୟକଙ୍କ ଦ୍ୱାରା ନୂତନ ଆହାର କେନ୍ଦ୍ର ଗୃହ ଓ ବିଜୁପଟ୍ଟନାୟକ ମାର୍କେଟ୍ କମ୍ପ୍ଲେକ୍ସ-୨ ଉଦ୍‌ଘାଟିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ଆଜି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବେଲଗୁଣ୍ଠା ନୂଆଁ ବସ୍ ଷ୍ଟାଣ୍ଡ୍ ନିକଟରେ ଏକ ଆହାର କେନ୍ଦ୍ରକୁ ଆଜି ଉଦ୍‌ଘାଟନ କରିଥିଲେ I ଏହା ସହ ବସ୍ ଷ୍ଟାଣ୍ଡ୍ ସମ୍ମୁଖରେ ଥିବା ବିଜୁପଟ୍ଟନାୟକ ମାର୍କେଟ୍ କମ୍ପ୍ଲେକ୍ସ-୨ କୁ ମଧ୍ୟ ଉଦ୍ଘାଟନ କରିଥିଲେ I ଏହି ଅବସରରେ ବିଧାୟକ ପୂର୍ଣ୍ଣଚନ୍ଦ୍ରଙ୍କ ସହ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ର, ପୂର୍ବତନ ଉପ ନଗରପାଳ ପ୍ରଶାନ୍ତ କୁମାର ସାହୁ,ବରିଷ୍ଠ ନେତା ସତ୍ୟନାରାୟଣ ମହାପାତ୍ର,ଚନ୍ଦ୍ରମଣି ସାମଲ, ବ୍ଳକ୍ ସାଂସଦ ପ୍ରତିନିଧି ପ୍ରଶାନ୍ତ ନାୟକ, ଜିଲ୍ଳା ଯୁବ ବିଜେଡ଼ି ସମ୍ପାଦକ ଦିବ୍ୟରଞ୍ଜନ ଦାସ,କନିଷ୍ଠ ଯନ୍ତ୍ରୀ ବିଶ୍ୱରଞ୍ଜନ ଜେନା, ସମାଜସେବୀ ଆଲୋକ ସାହାଣୀ, ଲିଟୁ ମହାପାତ୍ର, ଏନ୍ଏସି ଡ଼ିଜିଟାଲ ସେକ୍ରେଟେରୀ ମଣ୍ଟୁ ମହାପାତ୍ର, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର,ସନ୍ତୋଷ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ I ଏହି ଅବସରରେ ବିଧାୟକଙ୍କ ସମେତ ସମସ୍ତ ଅତିଥି ଆହାର କେନ୍ଦ୍ର ଉଦ୍‌ଘାଟିତ ହେବା ପରେ ଏହି କେନ୍ଦ୍ରର ଖାଦ୍ୟ ଖାଇ ଏହାର ଉତ୍ତମ ଗୁଣବତାକୁ ପ୍ରଶଂସା କରିଥିଲେ I ଏହା ସହ ବେଲଗୁଣ୍ଠାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ସ୍ଵଚ୍ଛତା ନେଇ ଏକ ସଚେତନ ମୂଳକ ଭିଡ଼ିଓ ବାର୍ତ୍ତା ମାନ୍ୟବର ବିଧାୟକଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା I କାର୍ଯ୍ୟକ୍ରମରେ ସୁଶାନ୍ତ ମିଶ୍ର, ବାବୁଲା ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ