ବିନାୟକ ଆଚାର୍ଯ୍ୟ କଲେଜରେ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ହରିଡାଖଣ୍ଡି ଛକ ସ୍ଥିତ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଅଛି। ମହାବିଦ୍ୟାଳୟର ଅଧକ୍ଷା ଶ୍ରୀମତୀ ପ୍ରମିଳା ଖାଡଙ୍ଗା ଦୀପ ପ୍ରଜ୍ଵଳନ କରି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଅଧକ୍ଷ୍ୟା ମହୋଦୟାଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟା ଡା.ମଧୁସ୍ମିତା ଦାସ,ପୂର୍ବ ଛାତ୍ର ସଂସଦର ସଭାପତି କେ.ଶୁଭଲଷ୍ମୀ ଓ ସମ୍ପାଦକ ଆଶିଷ କୁମାର ନାୟକ ମଞ୍ଚାସୀନ ଥିଲେ।ବିଭାଗର ଯୁକ୍ତ ତିନି ଦ୍ଵିତୀୟ ବର୍ଷ ଛାତ୍ରୀ ଅଙ୍କିତା ପ୍ରିୟଦର୍ଶିନୀ ମଞ୍ଚ ପରିଚାଳନା କରିଥିଲେ।ସ୍ୱାଗତ ଭାଷଣରେ ଅଧକ୍ଷ୍ୟା ମହୋଦୟା ପୂର୍ବ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ଲାଭ କରି ମହାବିଦ୍ୟାଳୟର ନାମକୁ ସମାଜରେ ପ୍ରତିଷ୍ଠିତ କରିବା ପାଇଁ ଆହ୍ୱାନ ଦେଇଥିଲେ।କାର୍ୟ୍ୟକ୍ରମର ମୁଖ୍ୟ ସଂଯୋଜିକା ତଥା ବିଭାଗୀୟ ମୁଖ୍ୟ ଡା.ମଧୁସ୍ମିତା ଦାସ କାର୍ଯ୍ୟକ୍ରମ ବିଷୟରେ ବୁଝାଇଥିଲେ ଓ ସମସ୍ତଙ୍କୁ ଅଭିନନ୍ଦନ ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।ପରେ ସମସ୍ତ ପୂର୍ବ ଛାତ୍ରଛାତ୍ରୀ କଲେଜରେ ବିତେଇଥିବା ଅନୁଭୂତି ବଖାଣିବା ସହ କନିଷ୍ଠ ଛାତ୍ରଛାତ୍ରୀଙ୍କୁ ଉପଦେଶମାନ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯଥା ଶ୍ରୀ ସୁଶାନ୍ତ କୁମାର ପ୍ରଧାନ,ଶ୍ରୀ ସନ୍ତୋଷ କୁମାର ଗୌଡ଼, ସୁଶ୍ରୀ ଭବାନୀ ପଣ୍ଡା ସହ ଶତାଧିକ ଛାତ୍ରଛାତ୍ରୀ କାର୍ୟ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନ କରିଥିଲେ।ପରିଶେଷରେ ସେମିନାର ସମ୍ପାଦକ ସଙ୍କେତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।


