ଯୋଡା ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ବ୍ଲକ କାର୍ଯ୍ୟାଳୟଠାରେ ସୋମବାର ପୂର୍ବାହ୍ନ ୧୧ ଘଟିକା ସମୟରେ କେନ୍ଦୁଝର ଜିଲାପାଳ ମିଳିତ ଭାବେ ବ୍ଲକର ବିିଭିନ୍ନ ପନଚାତରୁ ଆସିଥିବା ଅଭିଯୋଗକାରୀଙ୍କ ୩୦ଟି ଅଭିଯୋଗର ଶୁଣାଣି କରିଛନ୍ତି ା ଏହି ଅଭିଯୋଗ ଶୁଣାଣିରେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ, କେନ୍ଦୁଝର ଏସ.ପି ମିତ୍ରଭାନୁ ମହାପାତ୍ର, ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରିତୀମୟ, ଜିଲା ସିଡିଏମଓ ଅଶୋକ କୁମାର ଦାସ, ଯୋଡା ବିଡିଓ ଯୋଗେନ୍ଦ୍ର ନାୟକ, ଯୋଡା ବ୍ଲକ ଅଧ୍ୟକ୍ଷା ଶୁକୁମାରୀ ଦେହୁରୀ, ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗକାରୀଙ୍କ ଅଭିଯୋଗର ଶୁଣାଣି କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତକରଣ, ରାସ୍ତାଘାଟ, ସରକାରୀ ପ୍ରୋତ୍ସାହନ ଓ ସରକାରୀ ଜମି ବିବାଦ ପ୍ରଭୃତି ମୋଟ ୩୦ ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ସୋମବାର ମୁଖ୍ୟତଃ ବଲାଣୀ ଗ୍ରାମପନଚାୟତର ଡୁର୍ମୁଦା, ଲର୍ସଦା, ବୁରୁସାହି , ଲୋଟପାଣି, ଗମଲେଇ, କଦମ୍ବଡିହି, ହରମଠ ବୁଟୁ ସାହି, ଗାଢା ସାହି, କାରା ଖେଣ୍ଡରା ଓ ଅଁସେଇକଳା ପନଚାୟତର କୋହ୍ଲ ହୁଣ୍ଡୁଳା ଗ୍ରାମକୁ ଆଜିପର୍ଯ୍ୟନ୍ତ ବିଦ୍ୟୁତିଆଲୋକୀକରଣର ବ୍ୟବସ୍ଥା ହୋଇନଥିବା ସ୍ଥାନୀୟ ସରପନଚମାନେ ଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ । ବାସୁଦେବପୁରଠାରେ ନିର୍ମାନଧୀନ ବୃହତ ନଦୀବନ୍ଧ ଯୋଜନାରେ ସମ୍ପୂର୍ଣ୍ଣ ବୁଡି ଭାବେ ଘୋଷଣ ଦଡୁଆଁ ଗ୍ରାମର ଅଧିକାଂଶ ଲୋକଙ୍କୁ ବିସ୍ଥାପିତ ତାଲିକାରୁ ବାଦ କରିଦିଆଯାଇଛି , ଏନେଇ ସେମାନେ ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି ଯେ, ଉକ୍ତ ପ୍ରକଳ୍ପରେ ସେମାନେ ଜମି ଓ ଘରଦ୍ୱାର ସମ୍ପୂର୍ଣ୍ଣଭାବେ କ୍ଷତିଗ୍ରସ୍ଥ ହୋଇଛି । ସେମାନଙ୍କର କେବଳ ଘର ଗୁଡିକର ପଟା ନଥିବା ଦର୍ଶାଇ ପ୍ରକଳ୍ପ କର୍ତୁପକ୍ଷ ବିସ୍ଥାପିତ ତାଲିକାରୁ ସେମାନଙ୍କୁ ବାଦ କରିଦେଇଛନ୍ତି । ପୁରୁଷ ପୁରୁଷ ଧରି ସେମାନେ ସେଠାରେ ରହି ଆସୁଥିଲେ ହେଁ ସେମାନଙ୍କୁ ବିସ୍ଥାପିତ ତାଲିକାରୁ ବାଦ କରିଦିଆଯାଇଥିବାରୁ ବିସ୍ଥାପିତ ସହାୟତା ରାଶି ଓ ଥଇଥାନ ହେବାରୁ ସେମାନେ ବଂଚିତ ହୋଇଥିବା ସୋମବାର ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି । ପ୍ରାୟ ୧ଶହରୁ ଉର୍ଦ୍ଧ୍ୱ ଗ୍ରାମବାସୀମାନେ ବିସ୍ଥାପିତ ତାଲିକା ବାଦ ପଡିଥିବା ସେମାନେ ଅଭିଯୋଗ କରିଛନ୍ତି । ଏହି ଶୁଣାଣି ପୂର୍ବାହ୍ନ ୧୧ ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଚାଲିଥିଲା ।


