ବିନା ଜୋରିମାନାରେ ଦୁର୍ଘଟଣାମୁକ୍ତ ଦେଶ ଗଠନ ପାଇଁ ଆହ୍ୱାନ

ଭୁବନେଶ୍ୱର : ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାର ଏକ ଦୁର୍ଘଟଣାମୁକ୍ତ ରାଜ୍ୟ ଓ ଦୁର୍ଘଟଣାମୁକ୍ତ ଦେଶ ଗଠନ କରିବା ପାଇଁ ବିନା ଜୋରିମାନାରେ ସ୍କିମ୍ ପ୍ରଚଳନ ନ କରି ନିଜର ଅପାରଗତାକୁ ଲୁ·ଇବା ପାଇଁ ହଜାର ହଜାର ଟଙ୍କାର ଜୋରିମାନା ଲଦି ଦେଇ ଜୀବନ ଜୀବିକା ବନ୍ଦ କରିଦେବାକୁ ଇଣ୍ଡଇଆନ୍ ସିଟିଜେନ୍ ନିନ୍ଦା କରିଛି । ଆହୁରି ମଧ୍ୟ ଆମେରିକା, ଇଂଲଣ୍ଡ ଭଳି ଦେଶ ସହ ତୁଳନା କରିବା ଭାରତ ଭଳି ଗରୀବ ଦେଶର କୋଟି କୋଟି ଗରିବ ଲୋକଙ୍କ କଟା ଘାରେ ଚୂନ ଦେବା ସହିତ ସମାନ ବୋଲି ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ୨୦୧୯ ମସିହାର ମୋଟର ଯାନ ସଂଶୋଧନ ଆଇନ୍ ଏକ କଳା ଆଇନ୍ ଯାହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଇଣ୍ଡଇଆନ୍ ସିଟିଜେନ୍ସ୍ ପାର୍ଟି ଦାବି କରିଛି । ଦୁର୍ଘଟଣା ରୋକିବା ନାମରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଭୟ ଓ ଆତଙ୍କ ସୃଷ୍ଟି କରିଛନ୍ତି ବୋଲି ଇଣ୍ଡଇଆନ୍ ସିଟିଜେନ୍ସ୍ ପାର୍ଟି ସଭାପତି ରମେଶ ରାଉତ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ବର୍ଦ୍ଧିତ ହାରରେ ଆଦାୟ କରିଥିବା ଜୋରିମାନାକୁ ମୋଟର ଚଳକମାନଙ୍କୁ ଫେରସ୍ତ କରିବାକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ଦାବି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ