କାନ୍ଦିଲେ ହିମେଶ ରେଶମିଆ
ମୁମ୍ବାଇ: ବଲିଉଡ୍ ସିଙ୍ଗର୍ ହିମେଶ ରେଶମିଆଙ୍କ ଫିଲ୍ମ “ହାପି ହାର୍ଡି ଆଣ୍ଡ୍ ହୀର୍’ ଫିଲ୍ମର ଗୀତ “ତେରୀ ମେରୀ କାହାନୀ’ ରିଲିଜ୍ ହୋଇଛି । ଗୀତଟି ୟୁଟ୍ୟୁବ୍ ଟ୍ରେଣ୍ଡିଙ୍ଗ୍ ଲିଷ୍ଟରେ ରହିଛି । ଗୀତ ରିଲିଜ୍ ସମୟରେ ହିମେଶଙ୍କ ସହିତ ତାଙ୍କ ସ୍ତ୍ରୀ ସୋନିଆ କପୁର ଓ ରାନୁ ମଣ୍ଡଳ ମଧ୍ୟ ଉପସ୍ଥିତ ଥିଲେ । ତେବେ ଗୀତ ରିଲିଜ୍ର ଇଭେଣ୍ଟରେ କଥାବାର୍ତ୍ତା କରୁଥିବା ସମୟରେ ଅଚାନକ ହିମେଶ ରେଶମିଆ ଭାବବିହ୍ୱଳ ହୋଇ କାନ୍ଦିବା ଆରମ୍ଭ କରିଥିଲେ । କାନ୍ଦିବା ସମୟରେ ହିମେଶଙ୍କ ସ୍ତ୍ରୀ ତାଙ୍କର ଲୁହ ପୋଛି ଦେଇଥିଲେ । ସେ କାନ୍ଦୁଥିବାର କିଛି ଫଟୋ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି । ତେବେ ସେଶାଲ ମିଡିଆରେ ରାନୁଙ୍କ ଲୋକପ୍ରିୟତା ନେଇ ହେଉଥିବା ଚର୍ଚ୍ଚା ପାଇଁ ହିମେଶ ରେଶମିଆ କାନ୍ଦୁଥିବା ଜଣାପଡ଼ିଛି ।


