ବିପଜ୍ଜନକ ହୋଇପାରେ ଟାଟୁ

ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ଟାଟୁ କରିବା ଫ୍ୟାସନ ଟ୍ରେଣ୍ଡ ପାଲଟିଛି । ନିଜକୁ ଷ୍ଟାଇଲିସ ଏବଂ ସ୍ୱତନ୍ତ୍ର ଦେଖାଇବା ପାଇଁ ଏବେ ବହୁ ଯୁବକ ଯୁବତୀ ନିଜ ଶରୀରରେ ବିଭିନ୍ନ ଅଂଶରେ ଟାଟୁ କରୁଛନ୍ତି । ପୂର୍ବରୁ କେବଳ କିଛି ବର୍ଗର ବ୍ୟକ୍ତି ଟାଟୁ କରିବାର ନିୟମ ରହୁଥିବାବେଳେ ବର୍ତ୍ତମାନ ସେଭଳି କିଛି ନିୟମ ନାହିଁ । ଯୁବପିଢ଼ିଙ୍କ ମଧ୍ୟରେ ଟାଟୁର ଚାହିଦା ବଢ଼ିବା ସହ ବଜାରରେ ଟାଟୁ ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି । ତେବେ ଟାଟୁ ଦେଖିବା ପାଇଁ ଯେତିକି ଆକର୍ଷଣୀୟ ହୋଇଥାଏ ଏହାକୁ ଶରୀରରେ କରିବା ପାଇଁ ସେତିକି କଷ୍ଟ ମଧ୍ୟ ହୋଇଥାଏ । ଯଦି ଆପଣ ମଧ୍ୟ ଟାଟୁ କରିବା ପାଇଁ ଯାଉଛନ୍ତି ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।
ଟାଟୁ କିଛି ସମୟ ପାଇଁ ରହିନଥାଏ । ଏହାକୁ କରିବା ପରେ ଏହା ଆପଣଙ୍କ ଶରୀରରେ ଏକ ଅଂଶ ହୋଇ ରହିଥାଏ । ଏଣୁ କେବେ ହେଲେ ତରତର ହୋଇ ଟାଟୁ କରନ୍ତୁ ନାହିଁ । ସର୍ବଦା ଜଣେ ବିଶେଷଜ୍ଞ ତଥା ଟାଟୁ ଉପରେ ସଠିକ ଜ୍ଞାନ ଥିବା ବ୍ୟକ୍ତିଙ୍କ ଉପଦେଶ ନିଅନ୍ତୁ । ଯେଉଁଠାରେ ଟାଟୁ ପ୍ରସ୍ତୁତ କରିବା ପାଇଁ ଯାଉଛନ୍ତି ତାହାର ପୂର୍ବ କାର୍ଯ୍ୟ ବିଷୟରେ ଜାଣିବା ସହ କରିବା ଲୋକ ବିଷୟରେ ଅନୁସନ୍ଧାନ କରନ୍ତୁ ।
ଟାଟୁ କରିବା ସମୟରେ ସବୁଠାରୁ ଜରୁରୀ କଥା ହେଉଛି ଏହାକୁ କେଉଁ ସ୍ଥାନରେ କରିବେ । ଶରୀରରେ ଟାଟୁ କୌଣସି ନିର୍ଦ୍ଦିଷ୍ଟ ସମୟ ପାଇଁ ନୁହେଁ, ବରଂ ଆଜୀବନ ରହିଥାଏ । ଏଣୁ ସର୍ବଦା ଟାଟୁକୁ ଶରୀରରେ ଏପରି ସ୍ଥାନରେ କରନ୍ତୁ ଯେଉଁଠାରେ ଭବିଷ୍ୟତରେ କୌଣସି ସଂକ୍ରମଣ ହେବାର ସମ୍ଭାବନା ନଥିବ ।
ଗର୍ଭାବସ୍ଥା କିମ୍ବା କୌଣସି ରୋଗଗ୍ରସ୍ତ ଥିଲେ ଭୁଲରେ ମଧ୍ୟ ଟାଟୁ କରିବା କଥା ଚିନ୍ତା କରନ୍ତୁ ନାହିଁ । କାରଣ ଟାଟୁ କେବଳ ଶରୀରର ଉପରି ଅଂଶରେ ହୋଇନଥାଏ । ବରଂ ଏହା ରକ୍ତ ଶରୀରର ଭିତରର ଅଂଶରେ ପ୍ରଭାବ ପକାଇଥାଏ । ଏଣୁ ଏହା ଦ୍ୱାରା ସଂକ୍ରମଣ ହେବାର ସମ୍ଭାବନା ଥାଏ । ଏହି ସମୟରେ ଟାଟୁ କରିବା ଦ୍ୱାରା ଆପଣଙ୍କ ଚର୍ମ ସହ ଟାଟୁ ମଧ୍ୟ ବହୁତ ଖରାପ ଦେଖାଯାଇଥାଏ ।
ଟାଟୁ କରିବା ପୂର୍ବରୁ ସବୁବେଳେ ତାହା କିଏ ଏବଂ କିପରି ପ୍ରସ୍ତୁତ କରିବା ପାଇଁ ଯାଉଛି ତାହା ଉପରେ ଧ୍ୟାନ ଦିଅନ୍ତୁ । କାରଣ ଯଦି ଟାଟୁ ପ୍ରସ୍ତୁତ ସମୟରେ ଏହାର ଛୁଞ୍ଚି ପରିବର୍ତ୍ତନ ହୋଇନଥାଏ ତେବେ ଆପଣଙ୍କୁ କର୍କଟ ତଥା ଏଚ୍ଆଇଭି ହେବାର ସମ୍ଭାବନା ମଧ୍ୟ ଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ