ଗଜପତି ଏସିପିଙ୍କ ଦ୍ୱାରା “ଉଡ଼ାନ” ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ
ପାରଳାଖେମୁଣ୍ଡି, -(ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ଏସିପି ସାରା ର୍ଶମା ଦ୍ୱାରା ଆଜି ଉଡାନ ପ୍ରଶି କ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ପାରଳାଖେମୁଣ୍ଡି ବେତାଗୁଡା ଠାରେ ଥିବା ରିର୍ଜଭ ପୋଲିସ ପଡିଆରେ ଏହି ତାଲିମ ପ୍ରଶିକ୍ଷଣ କାର୍ଯ୍ୟାକର୍ମ ଆରମ୍ଭ ହୋଇଯାଇଛି । ୧୮ ରୁ ୨୨ ବର୍ଷ ମଧ୍ୟରେ ରହିଥିବା ୫ଶହ ବେକାର ଯୁବକ ଯୁବତୀଙ୍କୁ ପ୍ରଥମ ଦଫାରେ ଏହି ତାଲିମ ଶିବିରରେ ନିଆଯାଇଛି । ଯୁବକ ଯୁବତୀମାନେ ସେବାବାହିନୀ, ଅର୍ଦ୍ଧ ସାରରିକ ବାହିନୀ ଓ ପୋଲିସରେ ଯେଭଳି ଭାବେ ସୁବିଧାରେ ନିଯୁକ୍ତି ପାଇବେ ସେଥିପାଇଁ ଏହି ତାଲିମ ଶିବିରରେ ତାଲିମ ଦିଆଯିବା ବ୍ୟବସ୍ଥା କରାଯାଇଛି । ଆଜି ଠାରୁ ୨୦ ଦିନ ପ୍ରର୍ଯ୍ୟନ୍ତ ଏହି ତାଲିମ ଶିବିର ଏଠାରେ ଅନୁଷ୍ଠିତ ହେବ । ଗଜପତି ଜିଲ୍ଲା ଏସ୍ ପି ସାରା ର୍ଶମା କହିଛନ୍ତି ଯେ, ବେକାର ଯୁବକ ଯୁବତୀମାନଙ୍କୁ ମୁଖ୍ୟ ସ୍ରତ୍ତକୁ ଆଣି ପୋଲିସ, ସାମରିକ ଓ ଅର୍ଦ୍ଧ ସାମରିକ ବାହିନୀରେ ଯେପରି ସୁବିଧାରେ ଚାକିରୀ ପାଇବେ ସେଥିପାଇଁ ପ୍ରଶିକ୍ଷଣ ଦିଆଯିବ । ପ୍ରଥମ ପ୍ରର୍ଯ୍ୟାୟରେ ୫ଶହ ଜଣକୁ ଏଥିରେ ନିଆଯାଇଛି । ଆଗାମୀ ଦିନରେ ଏହାକୁ ଆହୁରୀ ତ୍ୱରନ୍ୱିତ କରାଯିବ । ଏହି ଶିବିରରେ ଏସିପି ସାରା ଶର୍ମାଙ୍କ ସହ ଅତିରିକ୍ତ ଏସ୍ପି ଶାନ୍ତୁନୁ କୁମାର ଦାସ, ଡିଏସପି ପ୍ରକାଶ ଚନ୍ଦ୍ର ଜେନା, ଏସଡିପିଓ ଠାକୁର ପ୍ରସାଦ ପାତ୍ର, ଆରଆଇ ଡମ୍ବୁରଧର ହନାଙ୍ଗ ଏବଂ ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଉପସ୍ଥିତ ଥିଲେ ।


