ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ ୩ ଅଭିଯୁକ୍ତ ଗିରଫ
ଉଦଳା, (ରାଜୀବ ବେହେରା): ଗଛ ଉପରେ ଦେଶୀ ମଦର ଆସର ମାଡ଼ିବସିଲା ଅବକାରୀ ବିଭାଗ l ଗାଁ ଜଙ୍ଗଲ ଭିତରେ ଅବକାରୀ ବିଭାଗ,ଆଉ ଗଛ ଉପରେ ଦେଶୀ ମହୁଲି ମଦର ଆସର l ଜଙ୍ଗଲ ଭିତରେ ଏମିତି କିଛି ଚାଲିଥିବା ଯାହାକୁ ଦେଖିଲେ ଆପଣ ମାନେ ହେବେ ତାଯୁବ l ଘର ପଛ ପଟେ ମଦ ଆଉ ମଦ l ଗାଁ ଗାଁ ରେ ଏବେ ଦେଶୀ ମହୁଲି ମଦର ର ଆସର ଦେଖିବାକୁ ମିଳିଥିବା ବେଳେ ,ଘଞ୍ଚ ଜଙ୍ଗଲ ନିର୍ଜନ ସ୍ଥାନ ମାନଙ୍କ ରେ ମହୁଲି ମଦ ମାଫିଆ ମାନେ ଦେଶୀ ମହୁଲି ମଦ କାରଖାନା କରି ମାଲେମାଲ ହେଉଛନ୍ତି l ଗାଁ ଲୋକଙ୍କ ସୁଖର ସଂସାରେ ଦୁଃଖ ଭରି ଦେଉଛି ମହୁଲି ମଦ, ଅଳ୍ପ ପଇସାରେ ମଦ ବେପାରୀ ହେଉଛନ୍ତି ମାଲେମାଲ, ଆଉ ଏହି ଆପମିଶ୍ରିତ ମଦକୁ ଖାଇ ଗ୍ରାମର ପୃରୁଷ ଠାରୁ ଆରମ୍ଭ କରି ଯୁବପିଢ଼ି ନିଶା ସେବନ କରି ଅଧା ବୟସରେ ଜୀବନ ହାରୁଛନ୍ତି, ଧୀରେ ଧୀରେ ମହାମାରୀ ପରି ବିଷାକ୍ତ ଅପମିଶ୍ରିତ ମଦକୁ ପିଇ ଗାଁ ହେଲାଣି ଶୂନଶାନ, ଗାଁ ହେଉଛି ପୁରୁଷ ଶୂନ୍ୟ l ମଦ ସମସ୍ୟା ଏବେ ଗାଁ ଗାଁରେ ବଡ ସମସ୍ୟା ଦେଖା ଦେଇଛି, ସଂସାର ଉଜାଡି ଦେଉଛି ମଦ, ଆଜିର ଯୁବ ପିଢ଼ି ମଦର ଗୁଲାମ ସାଜି ଛନ୍ତି,ନିଶାଗ୍ରସ୍ତ ହୋଇ ଅସାମାଜିକ କାମ ଘଟାଉ ଥିବା ନଜର କୁ ଆସିଛି, ମଦ ପାଇଁ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଛି ,ଆଉ ନିରୀହ ଜୀବନ ଯାଉଛି, ନିଶାସକ୍ତ ହେବାପରେ ପରେ ନିଜର ମାନସିକସ୍ଥିତି ହରାଇ ପରିବାର ଭିତରେ କଳହ ଲାଗିବା ପରେ ଅଶାନ୍ତି ବଢୁଛି l ଯେଉଁ ଘଟଣାକୁ କେନ୍ଦ୍ର କରି ଏବେ ମଦ ବିରୁଦ୍ଧରେ ଗାଁ ଗାଁ ରେ ମହିଳା ମାନଙ୍କ ଭିତରେ ନିଆଁ ଜଳି ବାରେ ଲାଗିଛି, ଆଉ ଆଗକୁ ଏ ବଡ ଆନ୍ଦୋଳନର ରୂପ ନେବାକୁ ଯାଉଛି, ମଦକୁ ପୁରା ବନ୍ଦ କରିବା ପାଇଁ ଏବେ ମହିଳା ମାନେ ଅଣ୍ଟା ଭିଡ଼ିଛନ୍ତି l ଟିକେ ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ ଭୁତକେ ମଦକୁ ଅବକାରୀ ବିଭାଗ ଖୋଲି ବାହାର କରୁଥିବା ବେଳେ ଏବେ ସାମ୍ନାକୁ ଆସିଛି ଏଭଳି କିଛି ଚିତ୍ର ଗଛ ଉପରେ ଚୋରା ଦେଶୀ ମହୁଲି ମଦକୁ ଲୁଚାଇ ରଖି ଛନ୍ତି ମଦ ମାଫିଆ l ଏଭଳି ପରିସ୍ଥିତି ରେ ଅବକାରୀ ବିଭାଗକୁ ଦେଖିବାକୁ ମିଳିଛି ଆକ୍ସସନ ମୋଡରେ, କପ୍ତିପଦା ଏବଂ ଉଦଳା ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ମହୁଲି ମଦ ମାଫିଆ ଙ୍କୁ ଧରିବାକୁ ଜାଲ ବିଛାଇ ପେଟ୍ରାଲିଙ୍ଗ କୁ କଡା କଡ଼ି କରି ଅତର୍କିତ ଚଢ଼ାଉ ଜାରି ରଖି ବେ ଆଇନ ମଦପ୍ରସ୍ତୁତ ଆଡlକୁ ଠାବ କରି ନଷ୍ଟ କରୁଛି l ସେହିଭଳି ବିଶେଷ ସୂତ୍ରରୁ ଖବର ପାଇ ଉଦଳା ଅବକାରୀ ବିଭାଗ ଉଦଳା ଥାନା ଅଞ୍ଚଳ ଏବଂ ଶରତ ଥାନା ଅଧୀନ ପଦ୍ମପୋଖରୀ ଅଞ୍ଚଳ ରେ ଚଢ଼ାଉ କରି ୧୨୦୦ ମହୁଲ ପୋଚ ନଷ୍ଟ କରି ୬୩ ଲିଟର ମହୁଲି ମଦକୁ ଜବଦ କରିବା ସହିତ ତିନି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବାର ସୂଚନା ମିଳିଛି l ତେବେ ଏଭଳି ଚଢ଼ାଉ ପାଇଁ ଅବକାରୀ ବିଭାଗ ବିଭିନ୍ନ ମହଲରେ ପ୍ରଶଂସା ସାଉଁଟିଛି l