ବିପୁଳ ସୁନା ଜବତ, ପର୍ଦ୍ଦା ପଛର ନାୟିକା ରହସ୍ୟମୟୀ ମହିଳା

ତିରୁବନନ୍ତପୁରମ: କେରଳର ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିପୁଳ ମାତ୍ରାରେ ସୁନା ଜବତ କରାଯାଇଛି । ଜବତ ସୁନା ବେଆଇନ ଭାବେ ଚାଲାଣ କରାଯାଉଥିଲା। ଏହି ସୁନା ଚୋରା ଚାଲାଣ ପଛରେ ଜଣେ ରହସ୍ୟମୟୀ ମହିଳାଙ୍କ ନାମ ସାମ୍ନାକୁ ଆସିଛି ଯାହାକୁ ନେଇ କେରଳ ରାଜନୀତିରେ ହଟଚମଟ ଦେଖାଦେଇଛି । ମିଳିଥିବା ସୂଚନା ମୁତାବକ ରବିବାର ଦିନ ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର କାର୍ଗୋ ମାଧ୍ୟମରେ ପରିବହନ ହେଉଥିବା ସାମଗ୍ରୀରେ ୩୦ କିଲୋଗ୍ରାମରୁ ଅଧିକ ସୁନା ଜବତ କରାଯାଇଥିଲା । ଏହା ପଛରେ ୟୁଏଇର ପୂର୍ବତନ ବାଣିଜ୍ୟ ଅଧିକାରୀ ସ୍ୱପ୍ନା ସୁରେଶଙ୍କ ନାମ ସାମ୍ନାକୁ ଆସିଛି । କୁହାଯାଉଛି ଏହାର ଲିଙ୍କ ୟୁଏଇର କନସୁଲେଟ୍ ଜେନେରାଲ୍ ସହିତ ରହିଥିବାର ଜଣାପଡିଛି । ଅନ୍ୟପଟେ ସ୍ୱପ୍ନାଙ୍କ ସହ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଏକ ଫଟୋ ଭାଇରାଲ ହୋଇଛି । ତେବେ ତଦନ୍ତ ପାଇଁ ସେ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍ୱପ୍ନା ସୁରେଶ ୟୁଏଇର ଆବୁଧାବିରେ ଜନ୍ମଗ୍ରହଣ କରିଥିଲେ। ସେ ଆବୁଧାବିରେ ପଢିଥିଲେ ଏବଂ ପରେ ବିମାନବନ୍ଦରରେ ଚାକିରି ପାଇଥିଲେ। ସ୍ୱପ୍ନା ବିବାହ ମଧ୍ୟ କରିଥିଲେ କିନ୍ତୁ ଶୀଘ୍ର ଛାଡପତ୍ର ହୋଇଯାଇଥିଲା । ଏହା ପରେ ସ୍ୱପ୍ନା କେରଳର ତିରୁବନନ୍ତପୁରମକୁ ଚାଲିଆସିଥିଲେ । ଭାରତ ଆସିବା ପରେ ସ୍ୱପ୍ନା ୨୦୧୩ ରେ ଏୟାର ଇଣ୍ଡିଆରେ ଚାକିରି ପାଇଥିଲେ । ୨୦୧୬ ରେ, ଯେତେବେଳେ କ୍ରାଇମ ବ୍ରାଞ୍ଚ ତାଙ୍କୁ ଏକ ଠକେଇ ମାମଲାରେ ଖୋଜିଥିଲା ସେ ଆବୁଧାବି ପଳାଇଯାଇଥିଲେ । ସେ ଆବୁଧାବିରେ ୟୁଏଇର କନସୁଲେଟ୍ ଜେନେରାଲରେ କନସୁଲ୍ ଜେନେରାଲ୍ ସଚିବ ହୋଇଥିଲେ। ସେ ଗତ ବର୍ଷ ଚାକିରି ଛାଡିଥିଲେ। ତେବେ ପୁଲିସ ଜାଣିବାକୁ ପାଇଛି ଯେ ସ୍ୱପ୍ନା ମଡେଲ ଏବଂ ଅଭିନେତ୍ରୀମାନଙ୍କ ମାଧ୍ୟମରେ ସୁନା ଚୋରା ଚାଲାଣ କରୁଛନ୍ତି। ଆଉ ଏହାକୁ ନେଇ ଏବେ ଅଧିକ ଅନୁସନ୍ଧାନ ଜାରି ରହିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ