ବିବାହିତ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତ୍ୟୁ, ହତ୍ୟା ସନ୍ଦେହ।

କଳାହାଣ୍ଡି ,(ଓ୍ବାଇଏନ୍ଏସ୍)  :ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପାଇକେନ୍ଦୁମୁଣ୍ଡି ଗ୍ରାମପଞ୍ଚାୟତ ର ନାଗୁପଡା ରେ ଏକ ଅଭାବନୀୟ ଘଟଣା ଘଟିଛି।ଗ୍ରାମର ବିବାହିତ ମହିଳା ଦେମତି ମାଝୀ ବେକରେ ଶାଡୀ ଲଗେଇ ଆତ୍ମହତ୍ୟା କରିଥିବା ଜଣାପଡିଛି।ତାଙ୍କ ସ୍ୱାମୀ ଟୁସୁ ମାଝୀ ସାତ ମାସ ତଳେ କେରଳ କୁ ଦାଦନ ଖଟିବାକୁ ଯାଇଥବା ବେଳେ ତାଙ୍କର ଗୋଟେ ୧୦ ବର୍ଷ ର ପୁଅ ଅଛି।ପ୍ରାଥମିକ ସୂଚନା ରୁ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।ଏହାକୁ ଆତ୍ମହତ୍ୟା ର ରୂପ ଦେବା ପାଇଁ ଚେଷ୍ଟା କରାଯାଇଛି।ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଜୟପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ