ଅଟୋରେ ୯ ଘଂଟା ଧରି ପଡିରହିଲା ମରଶରୀର

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଂଜାମ ଜିଲ୍ଲା ଭଂଜନଗର ଉପଖଣ୍ଡ ଜଗନ୍ନାଥପ୍ରସାଦ ଅଞ୍ଚଳ ରୁ ଆସିଛି ଏଭଳି ଏକ ଅଭାବନୀୟ ଖବର । କରୋନା ଆଶଙ୍କା କରି ଭୟରେ ଶବ କୁ କେହି ଛୁଇଁଲେନି । ମୃତ ଶିକ୍ଷକଙ୍କ ମରଶରୀରକୁ ଅଟୋରୁ ଓହ୍ଲାଇ ଘର ବାରଣ୍ଡାକୁ ନେବାକୁ ପତ୍ନୀ କେତେ କାକୁତି ମିନତି କଲେ ବି କେହି ପାଖ ମାଡିଲେନି ।ମରିଗଲା ମାନବିକତା, ଅଟୋରେ ୯ ଘଂଟା ପଡି ରହିଲା ଶବ । ଘଂଟାଏ କି ଦୁଇ ଘଂଟା ନୁହେଁ, ୯ ଘଂଟା ଧରି ଅଟୋରେ ପଡି ରହିଥିଲା ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତଦେହ । ଅଟୋ ଭିତରେ ମୃତ ସ୍ୱାମୀଙ୍କ ମରଶରୀର ପାଖରେ ବସି ରହିଥିଲେ ପତ୍ନୀ । କାନ୍ଦି କାନ୍ଦି ସମସ୍ତଙ୍କୁ ନେହୁରା ହେଉଥିଲେ ମୃତ ଦେହକୁ ଘରକୁ ନେଇଯିବାକୁ । ହେଲେ କରୋନା ମହାମାରୀର ଭୟ ଏମିତି ଘାରିଥିଲା ଯେ, ଶବକୁ କାନ୍ଧ ଦେବା ତ ଦୂରର କଥା, ଅଟୋରୁ ମରଶରୀରକୁ ଓହ୍ଲାଇ ବାରଣ୍ଡାକୁ ନେବାକୁ କେହି ଆସିନଥିଲେ । ୯ ଘଂଟାର ଅପେକ୍ଷା ପରେ ପୁଅ ଓ ଜ୍ୱାଇଁ ପହଞ୍ଚିଥିଲେ । ଏହାପରେ ଶବ ଓହ୍ଲାଇଥିଲା ଅଟୋରୁ ।ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଳକ୍ ପଂଚଭୂତି ଗୌଡ ସାହିର ଅବସରପ୍ରାପ୍ତ ଶିକ୍ଷକ ଗଣେଶ ଶତପଥୀଙ୍କୁ ୪ ଦିନ ହେଲା ଜର ହେଉଥିଲା । ହସ୍ପିଟାଲ ନେବା ବେଳେ ରାସ୍ତାରେ ହିଁ ସେ ପ୍ରାଣ ହରାଇଥିଲେ । ପରେ ସେହି ଅଟୋରେ ହିଁ ଘରକୁ ଫେରିଥିଲା ମରଶରୀର । ହେଲେ କରୋନା ଭୟରେ କେହି ଛୁଇଁନଥିଲେ । ଶେଷରେ ସରପଂଚଙ୍କ ସ୍ୱାମୀଙ୍କ ସହାୟତାରେ ଶବକୁ ଉଠାଯାଇଥିଲା । ପୁଅ ଓ ଜ୍ୱାଇଁଙ୍କ ସହ ଗାଁର ୪ ଜଣ ଯୁବକ ପିପିଇ କିଟ୍ ପିନ୍ଧି ଶବ ନେଇ ସଂସ୍କାର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ