ବିଭିନ୍ନ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

ବୁଗୁଡା (ଅନିଲ ମହାରଣା): ବୁଗୁଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ଏନଏସି ଗୋଲାସାହି ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ମେଳାରେ ମୁଖ୍ୟ ଅତିଥି ଭାବେ ବୁଗୁଡା ବିଇଓ ପ୍ରଶନ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ବେହେରା ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ତାଳସାକର ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ, ବୁଗୁଡା ସିଆରସିସି ପ୍ରତାପ କୁମାର ଖଡଙ୍ଗା, ବିରଞ୍ଚିପୁର ସିଆରସିସି ସନ୍ତୋଷ କୁମାର ସାହୁ ଯୋଗଦେଇଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିବା ବେଳେ ସ୍କୁଲ ସଭାନେତ୍ରୀ ବାସନ୍ତୀ ପାତ୍ର, ସହକାରୀ ଶିକ୍ଷୟିତ୍ରୀ ମଞ୍ଜୁବାଳା ମିଶ୍ର ଓ ସବିତା ପାତ୍ର ସହଯୋଗ କରିଥିଲେ। ସେହିପରି କାନସୁକା ନୋଡାଲ ୟୁପି ସ୍କୁଲରେ ଅନୁଷ୍ଠିତ ମେଳାରେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ଏସଏମସି ଅଧ୍ୟକ୍ଷ ବସନ୍ତ କୁମାର ଭୂୟାଁ, ସିଆରସିସି ମାନସ ରଞ୍ଜନ ସେଠୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ଶିକ୍ଷକ ବିନାୟକ ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସିନୁ ପାତ୍ର, ଅନିଲ ପ୍ରଧାନ, ଏ.ସତ୍ୟନାରାୟଣ ରାଓ, ଜିତେନ୍ଦ୍ର ମିଶ୍ର, ରମେଶ ବେହେରା ଓ ଶିକ୍ଷୟିତ୍ରୀ ସୁନିତା ନନ୍ଦ ପରିଚାଳନାରେ ସହଯୋଗ କରିଥିଲେ। ଅନ୍ୟତମ ପି.ଡ଼ି.ପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ୍ମ ଲୋଚନ ଗୌଡ଼ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ଏସଏମସି ଅଧ୍ୟକ୍ଷ ସୁଶାନ୍ତ କୁମାର ଖଡଙ୍ଗା ଯୋଗଦେଇଥିଲେ। ଅତିଥି ଓ ଅଭିଭାବକ ବୃନ୍ଦ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ସହକାରୀ ଶିକ୍ଷକ କୃଷ୍ଣ ଚନ୍ଦ୍ର ବେହେରା ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ