ମହୁଲପଲ୍ଲୀ ସ୍କୁଲରେ ପୋଷାକ ବଣ୍ଟନ ମେଳା

ବ୍ରହ୍ମପୁର (ଅନିଲ ମହାରଣା): କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବୋରିଗାଁ ଗ୍ରାମ ପଞ୍ଚାୟତର ମହୁଲପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଏପ୍ରିଲ ୧୭ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଗନ ବିହାରୀ ବେହେରାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ମେଳାରେ ବୋରିଗାଁ ପାଞ୍ଚାୟତ ସରପଞ୍ଚ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗୁରୁଣ୍ଠି କ୍ଲଷ୍ଟର ସିଆରସିସି ମନୋଜ କୁମାର ସାସମଲ, ୱାର୍ଡ଼ ସଭ୍ୟ ଭାଣ୍ଡି ରାମଚନ୍ଦ୍ର, ଏସଏମସି ଅଧ୍ୟକ୍ଷ ଏସ.ନରସିଂହ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ସହକାରୀ ଶିକ୍ଷକ ଡ଼ି.ରଜତ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ