ବିଭିନ୍ନ ଶୈବ ପୀଠରେ ମହାଶିବରାତ୍ରି ପାଳନ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଆଜି ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଛତ୍ରପୁର ସହର ସମେତ ବିଭିନ୍ନ ଶୈବ ପୀଠରେ ସରକାରଙ୍କ କୋଭିଡ୍ ଗାଇଡଲାଇନ ଅନୁଯାୟୀ ଦେବ ଦେବ ମହାଦେବଙ୍କ ପୂଜାର୍ଚ୍ଚନା ଚାଲିଛି । ଏହି ଅବସରରେ ଆଜି ସକାଳୁ ସକାଳୁ ଭକ୍ତ ମାନେ ଶୈବ ପୀଠକୁ ଯାଇ ମହାଦେବଙ୍କ ଦର୍ଶନ କରିବା ସହ କୃପା ଲାଭ କରିଥିଲେ । ଛତ୍ରପୁର ବ୍ଲକର ଟାଙ୍ଗଣାପଲ୍ଲୀ ଠାରେ ଥିବା ନୀଳକଣ୍ଠେଶ୍ୱର, ଜଗନ୍ନାଥପୁର ସ୍ଥିତ ଜଗତେଶ୍ୱର, ବଳରାମପୁର ସ୍ଥିତ ଉଜ୍ଜଳେଶ୍ୱର, କେରାଣ୍ଡିତୋଳା ସ୍ଥିତ ଚନ୍ଦ୍ର ଶେଖର, ଚମାଖଣ୍ଡି ସ୍ଥିତ ମଲ୍ଲିକେଶ୍ୱର, ସୁନ୍ଦରପୁର ସ୍ଥିତ ସୁନ୍ଦରେଶ୍ୱର ଆଦି ଶୈବ ପୀଠରେ ଭକ୍ତଙ୍କ ଗହଳି ଚହଳି ଲାଗିଥିଲା । ସେହିପରି ଛତ୍ରପୁର ସହରରେ ଥିବା ଗୌରୀ ଶଙ୍କର, ଚନ୍ଦ୍ର ଶେଖର, ନୀଳକଣ୍ଠେଶ୍ୱେର, ବୀରେଶ୍ୱର, ବିଶେଶ୍ୱର ଆଦି ଶୈବ ପୀଠରେ ଭକ୍ତଙ୍କ ଲମ୍ବା ଗହଳି ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଅବସରରେ ଛତ୍ରପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା କାଶୀ ବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣରେ ରିତିନୀତି ଅନୁଯାୟୀ ପୁଜାର୍ଚ୍ଚନା କରାଯିବା ସହିତ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ଅଷ୍ଟ ପ୍ରହର ନାମଯଜ୍ଞ, ହରିହର ଭେଟ ଓ ମହାଦୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ