ବିଭିନ୍ନ ସ୍ଥାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆଜି ସମସ୍ତ ଶିକ୍ଷାନୁଷ୍ଠାନ, ବେସରକାରୀ ଅନୁଷ୍ଠାନ ମାନଙ୍କରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଛେନାପଦିଛକ ସ୍ଥିତ ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଗାଡ଼୍ଦୀଙ୍କ ପ୍ରତିମୃର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଗାନ୍ଧୀଜୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ପରେ ଏକ ଶୋଭାଯାତ୍ରାରେ ଛେନାପଦି ବଜାର ପରିକ୍ରମା କରିବା ସହିତ ଲୋକମାନଙ୍କୁ ପ୍ଲାଷ୍ଟିକ ବର୍ଜନ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ସବିତା ସ୍ୱାଇଁ, ଅଧ୍ୟାପିକା ଉଷାରାଣୀ ଦାସ, ସୁକାନ୍ତୀ ମହାପାତ୍ର, ହିମାଶୁଂ ମିଶ୍ର, ନଦୀୟା ମୋହନ ପଟ୍ଟନାୟକ, ରାଜଶ୍ରୀ ଗୋସ୍ୱାମୀ, ମମତା ବିଶୋଇ, କର୍ମଚାରୀ ସୁରଭୀ ଦାସ, ରାମଚନ୍ଦ୍ର ବେହେରା, ଦେବେନ୍ଦ୍ର ସା, ଅନାଦି ଚରଣ ଜେନା, ଶିଶିର କୁମାର ସା, ବୁଲି ରାଉତ, ଭାରତୀ ଜେନା, ସନ୍ୟାସୀ ଚରଣ ସା, ପ୍ରଦୀପ କୁମାର ମଲ୍ଲିକ, ଉମାରାଣୀ ପଲତା, ସନାତନ ନାୟକ, ରମାକାନ୍ତ ରଣସିଂହ, ହରିହର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ବିଷ୍ଣୁପ୍ରୀୟା ବାଳାଶ୍ରମରେ ଏକ ଭାବପୁର୍ଣ୍ଣ ପରିବେଶରେ ଜାତିର ପିତା ମାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବାଳାଶ୍ରମର ଅନ୍ତେବାସୀ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ, ଗ୍ରାମ ସଫେଇ ଆଦି କାର୍ଯ୍ୟକ୍ରମ କରାଯିବା ସହ କୁଇଜ, ବକ୍ତୃତା, ସଂଗୀତ, ପ୍ରତିଯୋଗୀତା କରାଯାଇ କୃତୀ ଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ