ବିଭିନ୍ନ ୱାର୍ଡରୁ କାଉନସିଲର ଆଶାୟୀ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ପୈାରାଞ୍ଚଳର ବିଭିନ୍ନ ୱାର୍ଡରୁ ପ୍ରାର୍ଥୀମାନେ ଆଶାୟୀ ଅଛନ୍ତି । ହେଲେ ସେମାନଙ୍କୁ ଦଳୀୟ ଟିକେଟ ମିଳିନଥିବାରୁ ସେମାନେ ଟିକେଟ ଅପେକ୍ଷାରେ ଅଛନ୍ତି । ୧୯ନମ୍ବର ୱାର୍ଡରୁ ସମାଜସେବୀ ଦିଲ୍ଲିପ ମହାନ୍ତି ବିଜେଡିରୁ ଆଶାୟୀ ଅଛନ୍ତି । ଶ୍ରୀ ମହାନ୍ତି କରୋନା ସମୟରେ ମାସ୍କ, ସାନିଟାଇଜର ବାଣ୍ଟି ଲୋକଲୋଚନକୁ ଆସିଥିଲେ । ଶୀତଦିନେ ରାସ୍ତାକଡର ଅସହାୟମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରି ମଧ୍ୟ ସେ ଚର୍ଚ୍ଚାକୁ ଆସିଥିଲେ । ତେଣୁ ତାଙ୍କୁ ଟିକେଟ ଦିଆଯିବା ପାଇଁ ତାଙ୍କ ସମର୍ଥକମାନେ ଦାବି କରିଛନ୍ତି । ୨୧ନମ୍ବର ୱାର୍ଡରୁ କଂଗ୍ରେସ ଯୁବନେତା ଉମେଶ ପାଢୀ ଆଶାୟୀ ଅଛନ୍ତି । ଶ୍ରୀ ପାଢୀ କଂଗ୍ରେସର ଛାତ୍ରନେତା ଥିଲେ । ସରକାରୀ ବିରୋଧୀ ବିଭିନ୍ନ ଆନ୍ଦୋଳନରେ ନିଜକୁ ସାମିଲ କରି ସେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତେଣୁ ତାଙ୍କୁ କଂଗ୍ରେସ ଟିକେଟ ଦେବା ପାଇଁ ତାଙ୍କ ସମର୍ଥକମାନେ ଦାବି କରିଛନ୍ତି । ୨୦ନମ୍ବର ୱାର୍ଡର ବିଜୟ କୁମାର ପତି ବିଜେଡି ଟିକେଟ ପାଇବା ପାଇଁ ଆଶାୟୀ ଅଛନ୍ତି । ଶ୍ରୀ ପତି ଦୀର୍ଘଦିନ ଧରି ସମାଜସେବା କାର୍ଯ୍ୟ କରିଆସୁଛନ୍ତିି । ସେ ଦଳ ପ୍ରତିଷ୍ଠା ହେବା ଦିନରୁ ବିଜେଡି ସହ ଅଛନ୍ତି । ତେଣୁ ତାଙ୍କୁ ଟିକେଟ ଦିଆଯିବା ପାଇଁ ତାଙ୍କ ସମର୍ଥକମାନେ ଦାବି କରୁଛନ୍ତି । ସେହିପରି ପୈାରାଞ୍ଚଳର ୧୯ନମ୍ବର ୱାର୍ଡରୁ ସମାଜସେବୀ ଜୀତେନ୍ଦ୍ର ବେହୁରାଙ୍କ ପତ୍ନୀ ମୋନାଲିସା ଦାସ ବିଜେଡିରୁ ଟିକେଟ ପାଇବା ପାଇଁ ଆଶାୟୀ ଅଛନ୍ତି । ତାଙ୍କ ସ୍ୱାମୀ ଜୀତେନ୍ଦ୍ରଙ୍କ ବିଭିନ୍ନ ସମାଜସେବା ମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟୁଇଟ କରି ପ୍ରସଂଶା କରିଥିଲେ । ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ସମୟରେ ଏବଂ କରୋନା ମହାମାରୀ ବେଳେ ଜୀତେନ୍ଦ୍ର ଗରିବ ଏବଂ ଅସହାୟ ଲୋକମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଇ ଚର୍ଚ୍ଚାକୁ ଆସିଥିଲେ । ତେଣୁ ମୋନାଲିସାଙ୍କୁ ଟିକେଟ ଦିଆଯିବା ପାଇଁ ତାଙ୍କ ସମର୍ଥକମାନେ ଦାବି କରିଛନ୍ତି ।


