ବିମାନବନ୍ଦରରେ ମହିଳାଙ୍କ ଅଜବ କାରସାଦୀ
ନୂଆଦିଲ୍ଲୀ : ବିମାନବନ୍ଦରରେ ଯାତ୍ରୀମାନେ ଅନେକ ଅଜବ ଅଜବ କାମ କରୁଥିବାର ସାମ୍ନାକୁ ଆସିଥାଏ । ପୂର୍ବରୁ ବ୍ୟାଗ୍ରେ ନେଇଯାଉଥିବା ଜିନିଷ ଅଧିକ ଥିଲେ ଟଙ୍କା ଦେବାକୁ ପଡ଼ୁଥିବାରୁ କିଛି ଯାତ୍ରୀ ଏକା ସାଙ୍ଗର ୫-୬ଟି ପୋଷାକ ପିନ୍ଧୁଥିବାବେଳେ କିଛି ଯାତ୍ରୀ ବିମାନ ମଧ୍ୟରେ ନିଜର ମୋଜା ଶୁଖାଉଥିବା ଦେଖାଯାଇଛି । କିନ୍ତୁ ଏବେ ଜେଟ୍ଷ୍ଟାର ବିମାନରେ ଯାତ୍ରା କରୁଥିବା ରେବେକ୍କାଙ୍କ କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସୂଚନା ମୁତାବକ, ରେବେକ୍କା ଜେଟ୍ଷ୍ଟାର ବିମାନରେ ଯାତ୍ରା କରିବାକୁ ଯାଉଥିବା ବେଳେ ତାଙ୍କ ବ୍ୟାଗ୍ରେ ଦରକାରଠାରୁ ଅଧିକ ଜିନିଷ ଥିବା ଜାଣିବାକୁ ପାଇଥିଲେ । ପରେ ଏ ନେଇ ଟଙ୍କା ଦେବାକୁ ପଡ଼ିବ ବୋଲି ଜାଣି ସେ ବ୍ୟାଗ୍ରୁ ନିଜର କିଛି ପୋଷାକ ମହିଳାଙ୍କ ଅଜବ କାରସାଦୀ କାଢ଼ି ପିନ୍ଧିଥିବା ପୋଷାକ ଭିତରେ ଭର୍ତ୍ତି କରିଥିଲେ । ଏହା ସହ ଲାପ୍ଟପ୍ ବାହାର କରି ପିଠି ପଟେ ଭର୍ତ୍ତି କରିଥିଲେ । ଏଭଳି କରି ସେ ସମସ୍ତଙ୍କୁ ଗର୍ଭବତୀ ଅଛନ୍ତି ବୋଲି ଜଣାଇବାକୁ ଚାହୁଁଥିଲେ । ଭିତରକୁ ଯିବା ପରେ ସମସ୍ତେ ସେ ଗର୍ଭବତୀ ଥିବା କଥା ଭାବିଥିଲେ ମଧ୍ୟ । କିନ୍ତୁ ପ୍ରବେଶ ପଥରେ ତାଙ୍କର ସମସ୍ତ କାରସାଦୀ ଧରାପଡ଼ିଯାଇଥିଲା । ତାଙ୍କ ହାତରୁ ଟିକେଟ ଖସିଯିବାରୁ ସେ ଉଠାଇବା ପାଇଁ ତଳକୁ ନଇଁଥିଲେ । ଏହି ସମୟରେ ସେ ପଛ ପଟେ ରଖିଥିବା ଲାପ୍ଟପ୍ର ଧାର ବାହାରକୁ ଦିଶିଥିଲା । ଯାହାକୁ ବିମାନବନ୍ଦରର ସୁରକ୍ଷାକର୍ମୀମାନେ ଦେଖି ନେଇଥିଲେ । ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକିବାକୁ କହିବା ପରେ ସେ ନିଜର ଦୋଷ ମାନି ନେଇଥିଲେ ।


