ବିରଞ୍ଚିପୁର ଗ୍ରାମର ତଳ ସାହିରେ ଭୟାବହ ଅଗ୍ନିକାଣ୍ଡ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକ ଅନ୍ତର୍ଗତ ବିରଞ୍ଚିପୁର ଗ୍ରାମର ତଳସାହିରେ ଭୟାବହ ଅଗ୍ନିକାଣ୍ତ ଘଟି ୧୧ଟି ପରିବାରର ୧୫ରୁ ଉର୍ଦ୍ଧ ବଖରା ଘର ସମ୍ପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି। ଏହି ଭୟାବହ ଅଗ୍ନିକାଣ୍ତର କାରଣ ଜଣାପଇନଥିବା ବେଳେ ଖବର ପାଇ ବୁଗୁଡା ଓ ପୋଲସରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଖବର ଲେଖିବା ସୁଦ୍ଧା ଦମକଳ ବାହିନୀ କାର୍ଯ୍ୟରତ ରହିଥିଲେ। ଦମକଳ ବାହିନୀ ଆସିବ ପୂର୍ବରୁ ୧୧ ପରିବାରର ୧୫ରୁ ଉର୍ଦ୍ଧ୍ବ ବଖରା ଘର ପୋଡ଼ିବା ସହ ବହୁ ଆସବାବ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ କୁମାର ସେଠୀ ସ୍ଥାନୀୟ ଆରଆଇଙ୍କୁ ଏହି ଭୟାବହ ଅଗ୍ନିକାଣ୍ଡ ବିଷୟରେ ଖବର ଦେଇ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇବାକୁ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ