ବିଶିଷ୍ଟ ସମାଜସେବୀ ଙ୍କ ପରଲୋକ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସହରର ଜଣାଶୁଣା ସମାଜସେବୀ ତଥା ପ୍ଲସ ଟୁ କଲେଜର ଚତୁର୍ଥଶ୍ରେଣୀ କର୍ମଚାରୀ ସୁଶାନ୍ତ କୁମାର ସାହୁ ୫୧ ଙ୍କ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିଛାଦିନ ଅବସ୍ଥାରେ ସକାଳ ଛ ଘଣ୍ଟା ପନ୍ଦର ମିନଟ ସମୟରେ ପରଲୋକ ଘଟିଛି । ସ୍ବର୍ଗତ ସାହୁଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ୧୩ ତାରିଖରେ ସମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ପରୀକ୍ଷାପରେ ଯାଂଡ଼ିସି ଓ ଡେଙ୍ଗୁ ପଜିଟିଭି ବାହାରିଥିଲା । ତାଙ୍କ ଶବକୁ ବେଲଗୁଣ୍ଠା ବ୍ଲକ ଛକରେ ଥିବା ତାଙ୍କ ବାସଭବନକୁ ଅଣାଯିବା ପରେ ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକ, ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ, ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବ୍ଲକ ଉପାଧ୍ୟାକ୍ଷ ପ୍ରତିନିଧି ପ୍ରମୋଦ ପ୍ରଧାନ, ସସାଇଟ ସଭାପତି ସନ୍ତୋଷ କୁମାର ସୁବୁଦ୍ଧି, ବଣିକ ସଙ୍ଘ ସଭାପତି ସନତ ସୁବୁଦ୍ଧି ,ନରେଶ ଚନ୍ଦ୍ର ବେହେରା, ଜୟଦେବ ସାହୁ, ରଜତ ସାହୁ ଙ୍କ ସମେତ ଉଭୟ କଲେଜ ର ସମସ୍ତ କର୍ମଚାରୀ ଆସି ତାଙ୍କ ଶେଷ ଦର୍ଶନ କରିଥିଲେ । ଶବକୁ ଏକ ପଟୁଆରରେ ଗ୍ରାମ ପରିକ୍ରମା କରି ପୁରୀ ସ୍ୱର୍ଗଦ୍ଵାର ରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ସୁଶାନ୍ତ ଅଂଚଳରେ ଜଣେ ପରାଉପକାରୀ ବ୍ୟକ୍ତିଭାବେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ ।ତାଙ୍କ ମୃତୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।


