ବିଶିଷ୍ଠ ସମାଜ ସେବୀ ଶରତଚନ୍ଦ୍ର ଦାସ ଙ୍କ ପରଲୋକ
ଶେରଗଡ, (ଓ୍ବାଇଏନ୍ଏସ୍):ଶେରଗଡ ବ୍ଲକର ବରିଷ୍ଠ ସମାଜ ସେବୀ ଶରତ ଚନ୍ଦ୍ର ଦାଶଙ୍କ ଶୁକ୍ରବାରଦେହାନ୍ତ ହୋଈଛି ।ମୃତ୍ୟ ବେଳକୁ ତାଙ୍କ ବୟସ ୬୪ ବୟସ ହୋଇଥିଲା ।ସେ ଥିଲେ ଆସ୍କା କୋପ୍ରେଟିଭ ବ୍ୟାଙ୍କ ର ସଭାପତି ଥିଲେ । ସେ ୧୯୯୫ ମସିହାରେ ତତ୍କାଳୀନ ମନ୍ତ୍ରୀ ହରିହର ସ୍ୱାଈଁ ଙ୍କ ପ୍ରତିନିଧି ଥିଲେ । ପୁର୍ବତନଆସ୍କା ବିଧାୟିକା ଉଷାରାଣୀ ପଣ୍ଡା ଙ୍କ ଶେରଗଡ ବ୍ଲକ ର ଜନପ୍ରତିନିଧି ଥିଲେ । ସେ ଜଣେ ପରୋପକାରୀ,ମେଳାପୀ,ତଥା ଧର୍ମ ପରାୟଣ ବ୍ୟକ୍ତି ଥିଲେ ତାଙ୍କ ଅକାଳ ବିୟୋଗରେ ଶେରଗଡ ଅଂଚଳରେ ଶୋକ ର ଛାୟା ଖେଳି ଯାଈଛି । ତାଙ୍କ ବିୟୋଗ ଖବର ପାଈ ଘନିଷ୍ଟ ବନ୍ଧୁ ମାନେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଈଛନ୍ତି । ପୁତ୍ର ବରିଷ୍ଠ ସାମ୍ବାଦିକ ଦେବୀ ପ୍ରସାଦ ଦାଶ ,ବିଭୂ ପ୍ରସାଦ ଦାଶ,ବଳଭଦ୍ର ଦାସ ସମ୍ପୂର୍ଣ ରୁପେ ଭାଙ୍ଗି ପଡିଛନ୍ତି ।


