ସ୍ନାନ ମଣ୍ଡପରୁ ଗଜାନନ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ସମ୍ପୂର୍ଣ୍ଣ ନୀତିଵିଧି ସହକାରେ ଦେବୋତ୍ତର ବିଭାଗ ଦ୍ୱାରା ପରିଚାଳିତ କନ୍ଧମାଳ ଜିଲ୍ଲା ବାଲିଗୁଡା ଜଗନ୍ନାଥ ମନ୍ଦିର ପରିସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେବସ୍ନାନ ପୂର୍ଣ୍ଣିମା ନିରାଡ଼ମ୍ବର ଭାବେ ପାଳିତ ହୋଇ ଯାଇଛି । ଭୋର ସକାଳୁ ଦ୍ୱାର ଫିଟା ନିତି ଠାରୁ ଆରମ୍ଭ କରି ମଙ୍ଗଳ ଆଳତି, ମଇଲମ, ପହଣ୍ଡି ପରେ ସ୍ନାନମଣ୍ଡପରେ ବିଜେ ହୋଇ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଭକ୍ତଙ୍କୁ ଧଳା ଓ କଳା ବେଶରେ ସଜ୍ଜିତ ହୋଇ ଦର୍ଶନଦେଇ ଝଲସୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି l ଏଥିରେ ମନ୍ଦିର ଟ୍ରଷ୍ଟି ମଧୁସୂଦନ ଦାସ କର୍ତ୍ତା ଭାବେ ହୋମ କାର୍ଯ୍ୟ କରିଥିବା ବେଳେ କେବଳ କିଛି ସେବାୟତଙ୍କ ଉପସ୍ଥିତରେ ଏହି ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l କରୋନା ପାଇଁ ସାମାଜିକ ଦୂରତା ରକ୍ଷା କରିବା ଉଦେଶ୍ୟରେ ଭକ୍ତଙ୍କ ଦର୍ଶନ ପାଇଁ ବାରଣ ରହିଥିଲା l ଏହି କାର୍ଯ୍ୟକ୍ରମରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ, ଟ୍ରଷ୍ଟ ସଦସ୍ୟ ମଦନ ମୋହନ ଦୋରା, ଶ୍ରୀନିବାସ ରାଓ, ରଂଜିତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


