ବିଶ୍ୱକପ୍ ହକି ବିରୁଦ୍ଧରେ ହଜାର ହଜାର ଉଠାଦୋକାନୀଙ୍କ ବିଡ଼ିଏ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶ୍ୱ ହକି କପ୍ ପାଇଁ ବିଡିଏ, ବିଏମ୍‌ସି ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ, ସମ୍ବିଧାନର ଧାରା ଓ ଉଠାଦୋକାନୀ ଆଇନକୁ ଉଲଙ୍ଘନ କରି ୧୫ ହଜାରରୁ ଅଧିକ ଉଠାଦୋକାନୀଙ୍କୁ ଉଚ୍ଛେଦ କରିବା ଓ ୧ଲକ୍ଷ ଲୋକ ପ୍ରଭାବିତ ହେବା ପ୍ରତିବାଦରେ ଆଜି ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁଙ୍କ ନେତୃତ୍ୱରେ ହଜାର ହଜାର ଉଠାଦେକାନୀ ହାତରେ ପ୍ଲାକାର୍ଡ ଧରି ଖେଳ ଚାହୁଁ ଭାତ ଚାହୁଁ, ସ୍ମାର୍ଟସିଟି ଚାହୁଁ ରୋଟି ଚାହୁଁ, ସମ୍ବିଧାନର ଧାରାକୁ ୧୯(୧) (ଛ)କୁ ଅବମାନନା କରିବା ଚଳିବ ନାହିଁ, ଉଠାଦୋକାନୀ ଆଇନ ଅବମାନନା କରିବା ଚଳିବ ନାହିଁ ଆଦି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ମାଷ୍ଟର କ୍ୟାଣ୍ଟିନ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାମମନ୍ଦିର ଛକରେ ପହଞ୍ôଚବା ସମୟରେ ଏସିପି ମାନସ ଗଡ଼ନାୟକଙ୍କ ସହଯୋଗରେ ଏକ ୧୩ ଜଣିଆ ପ୍ରତିନିଧି ମଣ୍ଡଳୀ ବିଡ଼ିଏ କାର୍ଯ୍ୟାଳୟ ଯାଇଥିଲେ । ସେଠାରେ ବିଏମ୍‌ସିର ଉପ ସଚିବ ବିନୟ କୁମାର ଦାସ, ବିଡ଼ିଏର ଏନଫୋର୍ସମେଣ୍ଟ ଅତିରିକ୍ତ ସଚିବ ହରିଶ୍ଚନ୍ଦ୍ର ନାୟକଙ୍କ ସହିତ ଦୀର୍ଘ ୧ଘଣ୍ଟା ଧରି ମହାସଂଘର ବିଡ଼ିଏ କରୁଥିବା ଉଚ୍ଛେଦକୁ ତୁରନ୍ତ ବନ୍ଦ କରିବା, ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କୁ କ୍ଷତିପୂରଣ ଦେବା ସହ ଭେଣ୍ଡିଂଜୋନ ମାଧ୍ୟମରେ ଥଇଥାନ କରିବା, ଉଚ୍ଛେଦ ସମୟରେ ଗାଳି ଗୁଲଜ କରୁଥିବା ଅଧିକାରୀମାନଙ୍କୁ ଅପରାଧିକ ଆଇନ ଅନୁଯାୟୀ ଗିରଫ କରିବା, ସମ୍ବିଧାନର ଧାରା ୨୨, ୧୯ (୧)ଛ କୁ ସମ୍ମାନ ଦେବା, ଉଚ୍ଛେଦ ସମୟରେ ମାନବିକତା ଅବଲମ୍ବନ କରିବା, ହକି ଖେଳ ପାଇଁ ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କୁ ମାସକୁ ୨୦ ହଜାର ଟଙ୍କା ଆର୍ଥିକ ଅନୁଦାନ ଦେବା, ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କର ତାଲିକା ଅନୁଯାୟୀ ସେମାନଙ୍କୁ ଏକମାସ ମଧ୍ୟରେ ଥଇଥାନ କରିବା, ଉଚ୍ଛେଦ ସମୟରେ ମହାସଂଘର କମିଟିକୁ ଡ଼ାକି ଆଲୋଚନା କରିବା, ଯେଉଁ ଜାଗାରେ ଭେଣ୍ଡିଂଜୋନ ତିଆରି କରାଯାଉଛି ପ୍ରଥମେ ସେହି ଅଞ୍ଚଳରେ ଥିବା ଉଠାଦୋକାନୀ ମାନଙ୍କୁ ଭେଣ୍ଡିଂଜୋନ ମାଧ୍ୟମରେ ଥଇଥାନ କରାଯିବା ଓ ମହାସଂଘ ସହିତ ଆଲୋଚନା କରିବା, ବିଡ଼ିଏ ସ୍କ୍ୱାର୍ଡ଼ ସହିତ ମହାସଂଘର ସ୍କ୍ୱାର୍ଡ଼କୁ ସାମିଲ୍ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା, ଭେଣ୍ଡିଂଜୋନରେ ଏସ୍‌ଏଚ୍‌ଜିମାନଙ୍କୁ ବାଦ୍ ଦିଆଯାଉ, ସ୍ମାର୍ଟସିଟିରେ ଦିଆଯାଇଥିବା କିଓସ୍କ ଗୁଡ଼ିକୁ ସିବିଆଇ ତଦନ୍ତ କରାଯାଉ ଆଦି ୧୨ ଦଫା ଦାବି ଉପରେ ଆଲୋଚନା କରାଯାଇଥିଲା । ଏହି ଦାବିଗୁଡ଼ିକୁ ବିଏମ୍‌ସି ଓ ବିଡ଼ିଏର ଅଧିକାରୀ ମାନିନେବା ସହ ଭବିଷ୍ୟତରେ ବିଡ଼ିଏ ବା ବିଏମ୍‌ସି ଅଧିକାରୀ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରିବେ ନାହିଁ ଏବଂ ଆଇନ ଅନୁଯାୟୀ ସେମାନଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଏଠାରେ ସୂଚନାଥାଉକି, ବିଏମ୍‌ସି, ବିଡ଼ିଏ, ନବୀନ ନିବାସ, କଳିଙ୍ଗ ଷ୍ଟାଡ଼ିମୟ ଘେରାଉ କରିବା ପାଇଁ ମହାସଂଘ ଡ଼ାକରା ଦେଇଥିବା ବେଳେ ବିଏମ୍‌ସି ଓ ବିଡ଼ିଏ ତରଫରୁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ନବୀନ ନିବାସ, କଳିଙ୍ଗ ଷ୍ଟାଡ଼ିୟମ ଓ ବିଏମ୍‌ସି ଘେରାଉକୁ ସ୍ଥଗିତ ରଖାଯାଇଥିଲା ବୋଲି ଶ୍ରୀଯୁକ୍ତ ସାହୁ କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ଅଟୋ ମହାସଂଘର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ସାମଲ, ଅଶୋକ କୁମାର ନାୟକ, ଅନୁଜ କୁମାର ପ୍ରଧାନ, ସୂର୍ଯ୍ୟମଣି ସାହୁ, ବିପିନ ବିହାରୀ ଜେନା, ସତ୍ୟସୁନ୍ଦର ମହାନ୍ତି, ହେମନ୍ତ କୁମାର ନାୟକ, ଭାସ୍କର ଚନ୍ଦ୍ର ସୁନ୍ଦରାୟ, ବିନାୟକ ନାୟକ, ମନୋରଞ୍ଜନ ନାୟକ, ଅନୁ ମିଶ୍ର, ଶୁଭଲକ୍ଷ୍ମୀ ମହାନ୍ତି, ସୁରେଶ ପଟ୍ଟନାୟକ, ସୁଦର୍ଶନ ପୃଷ୍ଟି, ପ୍ରଦୀପ ସାବତ, ଶ୍ରୀଧର କୁଣ୍ଡ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ