ବିଶ୍ୱର ଗଭୀରତମ ସୁଇମିଂ ପୁଲ୍‌

ସନ୍ତରଣ ପାଇଁ ବିଶ୍ୱସ୍ତରରେ ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ସୁଇମିଂ ପୁଲ୍‌ ରହିଛି । ଇଟାଲୀର ମୋଣ୍ଟେଗ୍ରେଟୋ ହୋଟେଲ୍‌ ମଧ୍ୟରେ ଥିବା ଏକ ସୁଇମିଂ ପୁଲ୍‌ଟି ବିଶ୍ୱର ସବୁଠାରୁ ଗଭୀର । ୪୦ ମିଟର ଗଭୀର ଏହି ସୁଇମିଂ ପୁଲ୍‌ରେ ମାତ୍ରାଧିକ ସୁବିଧାମାନ ରହିଛି । ଏହା ମଧ୍ୟରେ ୧୨ଟି ବିଭାଗ ରହିଛି । ଜୁନ୍‌ ୨୦୧୪ରୁ ଏହା ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି । ଏଥିରେ ସନ୍ତରଣ ପାଇଁ ପ୍ରବେଶ ଶୁଳ୍କ ଜଣକ ପିଛା ୬ ହଜାର ଟଙ୍କା ରହିଛି । ମାତ୍ର ଦୁଇ ଘଣ୍ଟା ସନ୍ତରଣ ପାଇଁ ଏହି ଅର୍ଥ ପ୍ରଦାନ କରିବାକୁ ପଡ଼ିବ । ସେହିପରି ଏଥିରେ ଜଣେ ବ୍ୟକ୍ତି ଚାହିଁଲେ ନିଜ ମନମୁତାବକ ପାଣିର ତାପମାତ୍ରା କମ୍‌ ବେଶି କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ