ବିଶ୍ୱେଶ୍ୱର ୟୁଥ୍ କ୍ଲବ ଆଦେୟା ମେମୋରିଆଲ ଭଲି ବଲ ଟୂର୍ଣ୍ଣାମେଣ୍ଟ ଉଦଯାପିତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌):  ପୁତିଗୋପାଳପୁର ଠାରେ ଗତ ୧୪ତାରିଖ ଠାରୁ ବିଶ୍ୱେଶ୍ୱର ୟୁଥ୍‌  କ୍ଲବ ପକ୍ଷରୁ ଚାଲିଥିବା  ଆଦେୟା ମେମୋରିଆଲ ଭଲି ବଲ ଟୂର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ  ସନରାଇଜ୍ ସ୍ପୋର୍ଟ  କ୍ଲବ ସହ  ପୁିତିଗୋପାଳପୁର  ଟିମ୍ ମଧ୍ୟରେ ମୁକାବିଲା ହୋଇଥିଲ।।  ଏଥିରେ ସନରାଇଜ୍ ସ୍ପୋର୍ଟ କ୍ଲବ ୩-୨ ସେଟ୍ ରେ ଆଗୁଆ ରହି ବିଜୟୀ  ହାସଲ କରିଥିଲେ । ଉଦଯାପନୀ ଦିବସର ପୁରସ୍କାର ବିତରଣ ଉତ୍ସବରେ  ଅତିଥୀ ଭାବେ ପୂର୍ବତନ କଉନସିଲସର ତଥା ବିଜେଡି ନେତା ବି.ରାଜୁବାବୁ,  ସୁରେଶ ଚନ୍ଦ୍ର ପାତ୍ର (ଡିଜିଏମ) , ଯୁବ ବିଜେପି ନେତା ପି.ଚନ୍ଦ୍ରଶେଖର ରାଓ (ଅନୀଲଭାଇ),  ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେପି ଯବନେତା ତଥା ପୂର୍ବତନ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର କର,  ବିଜେପି ଛତ୍ରପୁର ମଣ୍ଡଳ ସଭାପତି ତଥା ମଦେରସ୍ କିଚେନର ମାଲିକ ସଂଜିତ୍ କୁମାର ରାଉଳ,  ଡି.ସୁରେଶ ରେଡ୍ଡୀ ପ୍ରମୁଖ ଯୋଗଦେଇ ବିଜୟୀ ହୋଇଥିବା  ଟିମ୍ ଏବଂ ରନରସଫ ଦଳକୁ ଟ୍ରଫିସହ ସିଲ ପ୍ରଦାନ କରିଥିଲେ । ବେଷ୍ଟ ପ୍ଲେୟର ଭାବେ  ସନରାଇଜ୍ ସ୍ପୋର୍ଟ କ୍ଲବର ଚନ୍ଦ୍ରୁ ଭାଇ, ଓ ବେଷ୍ଟ ନେଟର ଭାବେ  ମୋହନ ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲ।। ସେହିପରି  ବେଷ୍ଟ ହିଟର ଭାବେ ପୁତି ଗୋପାଳପୁର ଦଳର ଜଗଦୀସ ଓ ବେଷ୍ଟ ଡିସପ୍ଲିନ୍ ଟିମ ଭାବେ ଆର୍ଯ୍ୟପଲ୍ଲୀକୁ ପୁରସ୍କାର ପ୍ରଦାନ କରାଯାଇଥିଲ।।  ସମସ୍ତ କାର୍ଯ୍ୟକ୍ରମକୁ ବିଶ୍ୱେଶ୍ୱର ୟୁଥ୍‌  କ୍ଲବ ର ମୁଖ୍ୟ ପରିଚାଳକ ଏସ୍‌.ଲିଙ୍ଗରାଜ ରେଡ୍ଡୀ, ପି.କେଶବ ଏବଂ ଟି ଜଗଦୀଶ ରେଡ୍ଡୀ ପରିଚାଳନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ