ବାର୍ଷକ କ୍ରିଡା ପ୍ରତିଯୋଗୀତା ଉଦଯାପିତ
ଯାଜପୁର,(ଯୁଗାବ୍ଦ ନ୍ୟୁଜ୍): ଯାଜପୁର ବ୍ଲକ ନାଥସାହି ପଂଚାୟତ ର ଆଂଚଳିକ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରିଡା ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଅଶୋକ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନି ଉତ୍ସବରେ ନରସିଂହ ଚୌଧୁରୀ ମହାବିଦ୍ୟାଳୟର ଇଂରାଜି ପ୍ରାଧ୍ୟାପକ ଅଜୟ କୁମାର ସାମଲ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜୋଳନ କରି ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଯାଜପୁର ପୌରପାଳିକାର ପୂର୍ବତନ ପୌରାଧ୍ୟକ୍ଷା ଭବପ୍ରସାଦ ଦାସ ଯୋଗ ଦେଇଥିବା ବେଳେ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ଉଦୟ ନାରାୟଣ ପରିଡା ମୁଖ୍ୟ ବକ୍ତା ,ଶିକ୍ଷାବିତ ପୂର୍ବତନ ପରିଚାଳନା କମିଟି ସଭ୍ୟ ସୁରେନ୍ଦ୍ର କୁମାର ରାୟ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ପାଇଁ କ୍ରିଡା ପ୍ରତିଯୋଗୀତାର ଆବଶ୍ୟକତା ସଂପର୍କରେ ପରାମର୍ଶ ଦେଇଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ସୁବାସ ଚନ୍ଦ୍ର ପଣ୍ଡା,ଲଳିତ ମୋହନ ବୈରିଗଂଜନ ମହାପାତ୍ର,ବ୍ରଜ କିଶୋର ପରିଡା,ମୁରଲିଧର ବୈଶାଖ ପ୍ରମୁଖ ଯୋଗ ଦେଇଥିଲେ । ଦୁଃଖି –ବାମନ ସ୍ମୃତି କମିଟିର ଅଧ୍ୟକ୍ଷ ଆଡଭୋକେଟ ଲକ୍ଷ୍ଣଣ ଚନ୍ଦ୍ର ସାହୁ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଗତ ୭ ଦିନ ଧରି ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାକୁ ପ୍ରାଧ୍ୟାପକ ଓ ବରିଷ୍ଠ ଅଧ୍ୟାପକ ଡଃ ସଚିଦାନନ୍ଦ କର,ଜ୍ଞାନଚାନ୍ଦ ଦାସ,ରତିକାନ୍ତ ତ୍ରିପାଠୀ,ଗୋପାଳ ଚନ୍ଦ୍ର ପାତ୍ର,ବିଜୟ କେତନ ରଥ,ରାଜ କିଶୋର ପଣ୍ଡା,ମମତା ରାଣୀ ମହାପାତ୍ର,ଜ୍ଞାନେନ୍ଦ୍ର ବଲ୍ଲଭ ରାଉତରାୟ,ପର୍ଶୁରାମ ମହାପାତ୍ର,ରଶ୍ମିତା ମହାନ୍ତି,ଦେବେନ୍ଦ୍ର ନାଥ ପାତ୍ର,ରପିଂକ୍ ଖାଁ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଅଧ୍ୟାପକ ରତିକାନ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।


