ବିଶ୍ୱ ପରିବେଶ ଦିବସରେ ଆଲୋଚକ୍ର
ଛତ୍ରପୁର, : ବିଶ୍ୱ ପରିବେଶ ଦିବସ ଅବସରରେ ଦଳିତ ସହାୟକ ପ୍ରତିଷ୍ଠାନ ପକ୍ଷରୁ ଛତ୍ରପୁର ଠାରେ ସଭାପତି କାଳୁ ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ସାମାଜିକ ଦୂରତା ରହି ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସାରା ବିଶ୍ୱରେ ଦ୍ରୁତ ଗତିରେ ପରିବେଶ ପ୍ରଦ୍ୟୁଷଣ ବଢି ଚାଲିଛି । ତେଣୁ ପ୍ରତ୍ୟେକ ମାନବ ସମାଜ ନିରାମୟ ସୁଖମୟ ଜୀବନ ଯାପନ ପାଇଁ ସମସ୍ତେ ମିଳିମିଶି ଗୋଟିଏ ଗୋଟିଏ ବୃକ୍ଷ ଲଗାଇବା ପାଇଁ ଆଲୋଚନା ହୋଇଥିଲ।। ଏହାସହ ଏଥି ନିମନ୍ତେ ବିଶ୍ୱ ପରିବେଶ ଦିବସ ତଥା ଆଜି ଠାରୁ ଅନୁଷ୍ଠାନ ପକ୍ଷରୁ ଗାଁ ଗାଁରେ ଲୋକଙ୍କୁ ସଚେତନ କରାଯିବ ବୋଲି ନିଷ୍ପତ୍ତି କରାଯାଇଛି । ଏହି ଆଲୋଚନା ଚକ୍ରରେ ସଂପାଦକ ଜଗନ୍ନାଥ ଦାସ, ସୁରେନ୍ଦ୍ର ରାଉଳ, ପ୍ରକାଶ ଚନ୍ଦ୍ର ସାହୁ ଓ ସାମାଜିକ କର୍ମୀ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।


