‘ପ୍ରକୃତି ମିତ୍ର’ ପୁରସ୍କାର ପାଇଁ ଅନସ୍ଲୋ ହାଇସ୍କୁଲ ମନୋନୀତ
ଛତ୍ରପୁର, : ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୨୦୧୯-୧୦ ଶିକ୍ଷା ବର୍ଷର ଛତ୍ରପୁର ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର ପାଇବା ନିମନ୍ତେ ମନୋନୀତ ହୋଇଛି । ଏହି ପୁରସ୍କାର ପାଇଁ ଅନସ୍ଲୋ ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଛାତ୍ର, ଆଲୁମିନୀ ସଦସ୍ୟଗଣ, ଏସ୍ଏମ୍ସି ଓ ଏସ୍ଏମ୍ଡିସି କର୍ମକର୍ତ୍ତା ଗଣ, ଜିଲ୍ଲା ଶିକ୍ଷାଧିକାରୀ, ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ, ବିଡିଓ ଏବଂ ସ୍ଥାନୀୟ ବିଧାୟକଙ୍କ ଏକ ଦଳଗତ ଉଦ୍ୟମ ବୋଲି ଅନସ୍ଲୋ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବାଉରୀବନ୍ଧୁ ପଣ୍ଡା ସୂଚନା ଦେଇଛନ୍ତି । ଛତ୍ରପୁୁର ବିଇଓ ଅବିନାଶ ଶତପଥୀଙ୍କ ମାର୍ଗଦର୍ଶନରେ ଅନେକ ପରିବେଶ ମୂଳକ ସଚେତନତା କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ଯୋଗଦାନ ଯୋଗୁଁ ଆଜି ଏହି ଅନୁଷ୍ଠାନ ତାର ପୂର୍ବ ଗୌରବ ଓ ଗାରେମା ବଜାୟ ରଖିବା ସହ ପ୍ରକୃତି ମିତ୍ର ଉଚ୍ଚ ଏବଂ ସମ୍ମାନ ଜନକ ପୁରସ୍କାର ପାଇ ପାରିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।


