ବିଶ୍ୱ ପାର୍ଥନା ଦିବସ ପାଳନ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଚାରିଛକ ଏକାନ୍ତ ଆଶ୍ରମ ପରିସର ମଧ୍ୟରେ ବିଶ୍ୱ ପାର୍ଥନା ଦିବସ ଟ୍ରଷ୍ଟ ସଭାପତି ମୁରଲୀଧର ଭାରତୀ ଙ୍କ ନେତୃତ୍ୱରେ ବିଶ୍ୱ ସୁରକ୍ଷା ପାଇଁ ସାମୁହିକ ପାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପାର୍ଥନା ଦିବସ ରେ ସମାଜସେବୀ ଚନ୍ଦ୍ରକାନ୍ତ ଦଳାଇ ସଭାପତିତ୍ୱ କରିଥିବା ବେଳେ, ସଂଯୋଜକ ଭାବେ କବିରାଜ କୁଳମଣି ସାହୁ ମେମୋରିୟାଲ ଟ୍ରଷ୍ଟ ସଭାପତି କେଦାରନାଥ ସାହୁ ଥିଲେ ।ସଭା କାର୍ଯ୍ୟ ଆରମ୍ଭ ରୁ ପ୍ରଥମେ ବାବା ମାୟାଧର ଦାଶ ଙ୍କ ପ୍ରତିମୂର୍ତ୍ତି ପାଖରେ ହୋମଯଜ୍ଞ ,ନାମ ସକୀର୍ତ୍ତନ କରି ଶେଷରେ ଚାରା ରୋପଣ କରିଥିଲେ । ବିଶ୍ୱର ସୁରକ୍ଷା ଓ ବିଶ୍ୱକୁ କିଭଳି ଭାବେ ପାର୍ଥନା ମାଧମରେ ଜୀବ ଜଗତକୁ ପୁନଃ ଭାବେ ଉଦ୍ଧାର କରି ସୁସ୍ଥ ସମାଜ ଗଠନ , ସୁସ୍ଥ ପରିବେଶ, ସୁସ୍ଥ ପରିବାର ଗଢି ତୋଳିବା ,ପାର୍ଥନା ମାଧମରେ ସ୍ୱାସ୍ଥ୍ୟ କିଭଳି ଭାବେ ଆରୋଗ୍ୟ ରହିବ ଉକ୍ତ ବିଷୟରେ ନିମନ୍ତ୍ରିତ ଅତିଥି ମାନେ ତାଙ୍କର ବକ୍ତବ୍ୟ ରେ କହିଥିଲେ ।ଏହି ବିଶ୍ୱ ପାର୍ଥନା ଦିବସ କାର୍ଯ୍ୟକ୍ରମ ରେ ସମ୍ନାନିତ ଅତିଥି ଭାବେ ପୂର୍ବତନ ପ୍ରଫେସର ଅଧ୍ୟକ୍ଷ ଗୋପୀନାଥ କର ,ବୈଦିକ ବ୍ରାହ୍ମଣ ପରିଷଦର ଯୁଗ୍ମ ସଂମ୍ପାଦକ ଚିତ୍ତରଞ୍ଜନ ମିଶ୍ର ଙ୍କୁ ଉତ୍ତୋରିୟ ଦେଇ ସମ୍ନାନିତ କରାଯାଇଥିଲା । ବରିଷ୍ଠ ନେତା ସନାତନ ପାତ୍ର ,କାହ୍ନୁଚରଣ ବେହେରା ,ବାଇଧର ଭାରତୀ ,କ୍ଷମାନିଧି ତ୍ରିପାଠୀ , ଭରତ ସାହୁ ,ନିରଞ୍ଜନ କର , ଆଶ୍ରମ ର ବାବା ନନ୍ଦକିଶୋର ପ୍ରଧାନ ,ଚାରିଛକ ପ୍ରେସ କ୍ଲବ ସଭାପତି ପ୍ରଫୁଲ କୁମାର କର , ଚାରିଛକ ମହିଳା ନିଗମାନନ୍ଦ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ପ୍ରଭାତ ମିଶ୍ର , ବଂଶୀଧର ଭାରତୀ ,ବସୁନ୍ଧେବ କୁଟୁକମ ସଂମ୍ପାଦକ ଭରତ ଚନ୍ଦ୍ର ସାହୁ ,ରାମଚନ୍ଦ୍ର ମହାରଣା ପ୍ରମୁଖ ଯୋଗଦେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ