ବିଶ୍ୱ ହିନ୍ଦୁ ପରିଷଦର ସାଧାରଣ ବୈଠକ ଅନୁଷ୍ଠିତ

କନ୍ଧମାଳ: (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସରସ୍ବତୀ ଶିଶୁ ମନ୍ଦିର ସଭାଗୃହ ଠାରେ କନ୍ଧମାଳ ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୂର୍ବ ଓଡିଶା ବିଶ୍ଵ ହିନ୍ଦୁ ପରିଷଦର ସହ ସମ୍ପାଦକ ପ୍ରିୟ ରଞ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ନୂତନ କର୍ମକର୍ତା ଚୟନ କରାଯାଇଥିଲା । ଜିଲ୍ଲା ସଭାପତି ଭାବେ ବିଷ୍ଣୁ ଚରଣ ମିଶ୍ର, ଉପ ସଭାପତି ଯୋଗୀରାଜ ଜି ସିଂ, ସମ୍ପାଦକ ରବି ନାରାୟଣ ପାତ୍ର ମନୋନୀତ ହୋଇଥିଲେ । ଗୋ ସୁରକ୍ଷା ପ୍ରମୁଖ ଭାବେ ନିରଞ୍ଜନ ସାହୁ, ସତସଙ୍ଗ ପ୍ରମୁଖ ଭାବେ ହରିଶ୍ଚନ୍ଦ୍ର ବେହେରା, ବଜରଙ୍ଗ ଦଳ ପ୍ରଖଣ୍ଡ ସଂଯୋଜକ ଭାବେ ସୌରଭ ପଟ୍ଟନାୟକ ସହ ସଂଯୋଜକ ଭାବେ ସୁରଜ କୁମାର ପାତ୍ରଙ୍କ ନାମ ଘୋଷଣା କରାଯାଇଥିଲା। ଏହା ସହ ଆଗାମୀ ଦିନରେ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ବୈଠକରେ ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ରାକେଶ ମିଶ୍ର, ସହ ସଂଯୋଜକ, ନାରାୟଣ ପାତ୍ର ଜିଲ୍ଲା କୋଷାଧ୍ୟକ୍ଷ ବୁଲୁ ଭାଇ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଆଗାମୀ ଅଗଷ୍ଟ ୨୩ ତାରିଖରେ ଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବା ପାଇଁ ସ୍ଥିର କରାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ