ଜୀବନ କୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ଅଙ୍ଗନୱାଡି କର୍ମୀ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଞ୍ଚାୟତ ଡଙ୍ଗିମେଣ୍ଡିର ୩ଟି ଗାଁ ବର୍ଷା ହେଲେ ସଂପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଉଛି । ନଦୀ ଆର ପଟେ ଥିବା ୩ଟି ଗାଁର ୩୫ ଅଧିକ ଘର ରହିଥିବା ବେଳେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ରହିଛି। ଏହି ୱାର୍ଡ଼ ପଞ୍ଚାୟତର ୪ କିଲୋମିଟର୍ ଦୂରରେ ଥିବାବେଳେ ବର୍ଷ ତମାମ୍ ବାଘ ନଦୀ ପାର ହୋଇ ଯିବାକୁ ପଡିଥାଏ। ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନା ଗମନ ଏଠି ବଡ ସମସ୍ୟା ଭାବେ ଠିଆ ହୋଇଛି l ବର୍ଷ ତମାମ ବିଭିନ୍ନ ନିତ୍ୟ ବ୍ୟବହାର ଜିନିଷ ପାଇଁ ଗାଁ ଲୋକେ ବାଘ ନଦୀ ପାର ହୋଇ ଜୀବନକୁ ବାଜି ଲଗେଇ ଯିବା ଆସିବା କରିଥାନ୍ତି।ଏହି ବାଘ ନଦୀରେ ବର୍ଷ ତମାମ ଅଙ୍ଗନୱାଡି କର୍ମୀ ଦମୟନ୍ତୀ କହଁର ଏହି ନଦି ପାର ହୋଇ କ୍ରାଣ୍ଡିବାଲିରୁ ଡଙ୍ଗିମେଣ୍ଡି ଯାଉଥିବା ଦେଖିବାକୁ ମିଳିଛି। ଅନ୍ୟ ପଟେ ବର୍ଷ ହେଲେ ପ୍ରବଳ ପାଣି ଯାଇଥିବା ବେଳେ ଯିବା ଆସିବା ବହୁତ ସମସ୍ୟା ହୋଇଥାଏ ବୋଲି କହିଛନ୍ତି ଡଙ୍ଗିମେଣ୍ଡିର ନାଏବ ସରପଞ୍ଚ ଦାମୋଦର କହଁର ଓ ନବ ନିର୍ବାଚିତ ସରପଞ୍ଚ ଲକ୍ଷ୍ମୀ କହଁର। ବାଘ ନଦୀରେ ଏକ ପୋଲ ନିର୍ମାଣ କରିବାକୁ ଦାବି କରିଛନ୍ତି ସରପଞ୍ଚଙ୍କ ସମେତ ଗ୍ରାମବାସୀ। ଅନ୍ୟ ପଟେ ଗାଁରେ କୋୖଣସି ନେଟୱର୍କ ବ୍ୟବସ୍ଥା ନଥିବା ବେଳେ ଯୋଗାଯୋଗ ବିଛିନ୍ନ ରହୁଛି। ଯାଦ୍ବାରା ଗ୍ରାମବାସୀମାନେ ମେଡିକାଲକୁ ଯିବା କିମ୍ୱା ଜରୁରୀ କାର୍ଯ୍ୟ ପାଇଁ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ଗ୍ରାମର ନାଏବ ସରପଞ୍ଚ ଦାମୋଦର କହଁର ପ୍ରକାଶ କରିଛନ୍ତି। ପ୍ରଶାସନ ଏ ଦିଗରେ ଆଗକୁ ପଦେକ୍ଷପ ପାଇଁ ନିବେଦନ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ