ବିଷାକ୍ତ ଚିଟି ସାପ କାମୁଡାରେ ଜଣେ ମୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକରେ ଏକ ବିଷଧର ଚିଟି ସାପ ଦଂଶନରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି. ଏହି ଘଟଣାଟି ସୁବଲୋଡ଼ା ଗ୍ରାମ ପଞ୍ଚାୟତର ବେଡ଼ିଂ ଗ୍ରାମରେ ଘଟିଛି. ଏହି ଗ୍ରାମର ବାୟାଧର ବଡ଼ମୁଣ୍ଡି କାଠ ସଂଗ୍ରହ କରିବା ପାଇଁ ନିଜ ଘର ପଛ ପଟେ ଥିବା ଜଙ୍ଗଲକୁ ଯାଇଥିଲେ. କାଠ ସଂଗ୍ରହ ବେଳେ ହଟାତ ଏକ ବିଷଧର ଚିଟି ସାପ ତାଙ୍କ ବାମ ଗୋଡ଼କୁ କାମୁଡି ଦେଇଥିଲା. ଏଥିରେ ବାୟାଧର ଅତ୍ୟନ୍ତ ରାଗିଯାଇ ସାପ ଟିକୁ ବଡେଇ ବାଡେଇ ମାରି ଦେଇଥିଲେ. ପରେ ଗ୍ରାମବାସୀଙ୍କ ସହାୟତାରେ ନିକଟସ୍ଥ ରାମଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ. ହେଲେ ରାମଗିରି ଠାରେ ଚିକିତ୍ସା ସମ୍ଭବ ନ ହେବାରୁ ଚନ୍ଦ୍ରଗିରି ଡାକ୍ତରଖାନାକୁ ନିଆ ଯାଇଥିଲା. ଚନ୍ଦ୍ରଗିରି ଠାରେ ପ୍ରାଥମିକ ଚିକିତ୍ସା କରାଯିବ ପରେ ତାଙ୍କ ଅବସ୍ଥା ଜଟିଳ ଥିବାରୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଥିବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ